ମହିଳା ଦିବସ ସହ ହୋଲି ପାଳିଲେ ସ୍ୱଧାରଗୃହ ଅନ୍ତେବାସୀ

By

Published : Mar 8, 2023, 4:42 PM IST

Updated : Mar 10, 2023, 1:34 PM IST

thumbnail

ଭବାନୀପାଟଣା: ଆଜି ରଙ୍ଗର ପର୍ବ ହୋଲି ସାଙ୍ଗକୁ ଅନ୍ତର୍ଜାତୀୟ ମହିଳା ଦିବସ । କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି ରଙ୍ଗର ପର୍ବ ହୋଲିକୁ ନେଇ ଉତ୍ସାହ । ଦୁଇଟି ପର୍ବକୁ ଅତି ଉତ୍ସାହର ସହ ପାଳନ କରିଛନ୍ତି ଭବାନୀପାଟଣାରେ ଥିବା ସ୍ବଧାରଗୃହ ଅନ୍ତେବାସୀ । ଲୋକଙ୍କ ପ୍ରତାରଣର ଶିକାର ହୋଇ ପରିବାରଠାରୁ ଦୂରେଇ ଯାଇ ସ୍ୱାଧାରଗୃହରେ ଥିବା ମହିଳା ଓ ଯୁବତୀମାନେ ଆଜି ହୋଲି ସହ ମହିଳା ଦିବସ ପାଳନ କରିଛନ୍ତି । ଅନ୍ତେବାସୀମାନେ ପରସ୍ପରକୁ ମିଠା ଖୁଆଇବା ସହ ରଙ୍ଗ ବୋଳି ହୋଲିର ଶୁଭେଚ୍ଛା ଜଣାଇଥିଲେ । ଅନ୍ତେବାସୀଙ୍କ ସହ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସାମିଲ ହୋଇଥିଲେ । ସେପଟେ ଜିଲ୍ଲାର ବିଭିନ୍ନ ସ୍ଥାନରେ ରଙ୍ଗର ପର୍ବ ହୋଲି ପାଳନ ହୋଇଛି । ଗାଁଠୁ ସହର ସବୁଠି ପିଲାଠୁ ବୟସ୍କ, ସଭିଏଁ ଆନନ୍ଦ ଉଲ୍ଲାସର ସହ ହୋଲି ପାଳନ କରିଛନ୍ତି । ରଙ୍ଗ ମାଧ୍ଯମରେ ପରସ୍ପରକୁ ଭଲ ପାଇବା ଓ ସାମାଜିକ ସମ୍ପର୍କକୁ ଅଧିକ ମଧୁର କରିବାର ଅବସରକୁ କେହି ହାତ ଛଡା କରିବାକୁ ଚାହୁଁନାହାନ୍ତି ।

Last Updated : Mar 10, 2023, 1:34 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.