thumbnail

Tunnel collapse: 36 ଶ୍ରମିକ ଫସିଥିବା ଆଶଙ୍କା, ଉଦ୍ଧାର ଅପରେସନ ଜାରି

By ETV Bharat Odisha Team

Published : Nov 12, 2023, 4:15 PM IST

ଡେରାଡୁନ: ଉତ୍ତରକାଶୀରେ ନିର୍ମାଣାଧୀନ ଟନେଲ ଭୁଶୁଡିବା ଘଟଣାରେ ଜାରି ରହିଛି ଉଦ୍ଧାରକାର୍ଯ୍ୟ । ବର୍ତ୍ତମାନ ସୁଦ୍ଧା ମଧ୍ୟ ପ୍ରାୟ 36 ଶ୍ରମିକ ଟନେଲ ମଧ୍ୟରେ ଫସି ରହିଥିବା ଆଶଙ୍କା କରାଯାଇଛି । ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ ସମେତ ଏକାଧିକ ଟିମ୍‌ ଉଦ୍ଧାର ଅପରେସନରେ ସାମିଲ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ମଧ୍ୟ ଉଦ୍ଧାର ଅପରେସନ ସହ ନିୟମିତ ଯୋଗାଯୋଗରେ ଅଛନ୍ତି । ସ୍ଥାନୀୟ ଏସପି ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ମାଟି ଅତଡା ଖସି ଟନେଲଟି ପୋତି ହୋଇପଡିଥିବା ବେଳେ ମେସିନ ସାହାଯ୍ୟରେ ମାଟି କଢାଯାଉଛି । ଉତ୍ତରାଖଣ୍ଡର ଯମୁନେତ୍ରୀ ଜାତୀୟ ରାଜପଥରେ ସିକ୍ଲୟାରାରୁ ଉତ୍ତରକାଶୀର ଦଣ୍ଡଲଗାଁକୁ ସଂଯୋଗ କରିବା ପାଇଁ ଏହି ଟନେଲର ନିର୍ମାଣ କରାଯାଉଥିଲା । ଆଜି ସକାଳେ ଏହା ଭୁଶୁଡି ପଡିଥିଲା । ମୋଟ କେତେ ଶ୍ରମିକ ଓ ଯନ୍ତ୍ରୀ ଏଥିରେ କାର୍ଯ୍ୟରତ ଥିବା ସ୍ପଷ୍ଟ ହୋଇନଥିବା ବେଳେ 36 ଜଣ ଫସି ରହିଥିବା ପ୍ରାଥମିକ ଭାବେ ସନ୍ଦେହ କରାଯାଉଛି ।  

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.