thumbnail

ରାଷ୍ଟ୍ରପତିଙ୍କ ୨ଦିନିଆ ଓଡ଼ିଶା ଗସ୍ତ: ରବିବାର ରାତ୍ରି ରହଣି, ସୋମବାର ବୋଇତ ଭସାଣି

By ETV Bharat Odisha Team

Published : Nov 26, 2023, 9:07 PM IST

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ରାତ୍ରି ରହଣି କରିବେ ମହାମହିମ ରାଷ୍ଟ୍ରପତି । ଆଜିଠୁ ରାଷ୍ଟ୍ରପତିଙ୍କ ଦୁଇ ଦିନିଆ ଓଡ଼ିଆ ଗସ୍ତ ଥିବା ବେଳେ ସେ ରାଜଧାନୀରେ ରାତ୍ରି ରହଣି କରିବେ । ଆସନ୍ତାକାଲି (ସୋମବାର) ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପାରାଦ୍ବୀପରେ ଆୟୋଜିତ ବୋଇତ ବନ୍ଦାଣ ଉତ୍ସବରେ ଯୋଗ ଦେବେ । ଏଥିଲାଗି ଆଜି ସନ୍ଧ୍ୟାରେ ମହାମହିମ ନିଜ ଜନ୍ମମାଟିରେ ପହଞ୍ଚିସାରିଛନ୍ତି । କାର୍ତ୍ତିକ ମାସ ସହ ପଞ୍ଚୁକ ଯୋଗୁଁ ମହାମହିମଙ୍କ ଭୋଜନରେ ସାତ୍ତ୍ବିକ ଆହାର ବ୍ୟବସ୍ଥା କରାଯାଇଛି । ତେବେ ମହାମହିଙ୍କ ରାତ୍ରି ରହଣି ନେଇ ସୁ୍ରକ୍ଷା ମଧ୍ୟ କଡ଼ାକଡ଼ି ହୋଇଛି । ଏପରିକି ଏୟାରପୋର୍ଟରୁ ଆସିବା ଯିବାଠାରୁ ଆରମ୍ଭ କରି ରାତ୍ରି ରହଣି ପର୍ଯ୍ୟନ୍ତ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଡାଇନାମିକ ବ୍ଲକିଂ ବ୍ୟବସ୍ଥା କରିଛି ପୋଲିସ । କାରକେଡ ଯିବା ସମୟରେ ଟ୍ରାଫିକ କିଛି ସମୟ ପୂର୍ବରୁ ବ୍ଲକିଂ କରୁଛି । ଏଥିସହ ରାସ୍ତାର ପାର୍ଶ୍ଵରେ ଵାରିକେଡ ସହ ୧୬ ପ୍ଲାଟୁନ ଫୋର୍ସ ନିୟୋଜିତ ରହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.