thumbnail

By

Published : Aug 10, 2023, 5:15 PM IST

ETV Bharat / Videos

ମଣିପୁରରେ ଖୋଲିଲା ସ୍କୁଲ: 3 ମାସ ପରେ ପାଠ ପଢିଲେ ଛାତ୍ରଛାତ୍ରୀ, ସୁରକ୍ଷା କଡ଼ାକଡ଼ି

ଇମ୍ଫାଲ: ଦୀର୍ଘ 3 ମାସର ବ୍ୟବଧାନ ପରେ ମଣିପୁରରେ ସ୍କୁଲ୍‌ ଖୋଲିଛି । ମଣିପୁରରେ ହିଂସା ଜାରି ରହିଥିବା ବେଳେ ଦୀର୍ଘ ଦିନ ଧରି ସ୍କୁଲ୍‌ ବନ୍ଦ ରହିଥିଲା । ଫଳରେ ପାଠପଢ଼ାରୁ ବଞ୍ଚିତ ରହିଥିଲେ ଛାତ୍ରଛାତ୍ରୀ । ଏପରିକି ଅଗ୍ନିକାଣ୍ଡ କାରଣରୁ ଅନେକ ସ୍କୁଲ୍‌ ଜଳି ପୋଡ଼ି ନଷ୍ଟ ହୋଇଯାଇଛି । ଏହାରି ଭିତରେ ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର ।  

ଏହା ବି ପଢନ୍ତୁ...Manipur Violence: ଗତ ଛ’ ବର୍ଷରେ ମଣିପୁରରେ କର୍ଫ୍ୟୁ ଲାଗିନାହିଁ: ଅମିତ ଶାହ

ସ୍ବତନ୍ତ୍ର ଗାଇଡ୍‌ଲାଇନ୍‌ ଜାରି କରାଯାଇ ସେହି ନିୟମକୁ ଅନୁପାଳନ ପୂର୍ବକ ସ୍କୁଲ ଖୋଲାଯାଇଛି । ଯେପରି ହିଂସାର କୌଣସି ପ୍ରଭାବ ଛାତ୍ରଛାତ୍ରୀଙ୍କ ଉପରେ ନପଡ଼େ, ଏନେଇ ସୁରକ୍ଷା ବ୍ୟବସ୍ଥା ଦୃଷ୍ଟିରୁ ସ୍କୁଲର ମୁଖ୍ୟ ଫାଟକ ବନ୍ଦ ରହିବା ସହିତ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ବର୍ତ୍ତମାନ ନବମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ଆରମ୍ଭ ହୋଇଥିବାବେଳେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ସୂଚନା ଅନୁସାରେ, ପାଖାପାଖି 1ହଜାର 229ଟି ସ୍କୁଲ୍‌ରେ ବର୍ତ୍ତମାନ ପାଠପଢା ହେଉଥିବାବେଳେ 28ଟି ସ୍କୁଲରେ ଆଶ୍ରୟସ୍ଥଳୀ ହୋଇଥିବାରୁ ପାଠପଢା ଆରମ୍ଭ ହୋଇପାରିନାହିଁ । 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.