thumbnail

By ETV Bharat Odisha Team

Published : Nov 24, 2023, 10:45 PM IST

ETV Bharat / Videos

ଅନୁସୂଚିତ ଜାତି ଓ ଜନଜାତି ଏକତା ମଞ୍ଚର ଆନ୍ଦୋଳନ, ଭୂମିହୀନଙ୍କୁ ବସୁନ୍ଧରା ଯୋଜନାରେ ସାମିଲ ଦାବି

ବାଲେଶ୍ୱର: ଅନୁସୂଚିତ ଜାତି ଓ ଜନଜାତି ଭୂମିହୀନ ଅଧିବାସୀମାନଙ୍କୁ ବସୁନ୍ଧରା ଯୋଜନାରେ ସାମିଲ କରିବା ପାଇଁ ଦାବି ।ତେଣୁ ଆଜି (ଶୁକ୍ରବାର) ଅନୁସୂଚିତ ଜାତି ଓ ଜନଜାତି ଏତତା ମଞ୍ଚ ତରଫରୁ ଜିଲ୍ଲାପାଳ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହା ସହ ଜିଲ୍ଲାପାଳଙ୍କୁ ଏକ ଦାବି ପ୍ରଦାନ କରାଯାଇଛି । ସୂଚନା ଅନୁସାରେ, ରେମୁଣା ବ୍ଲକ ଅନ୍ତର୍ଗତ କରଞ୍ଜିଆ କାଶିମାବାଦ, ଟୁଲଙ୍କ ଗ୍ରାମ ଓ ସଦର ବ୍ଲକ ଅନ୍ତର୍ଗତ ସାରଗାଁ ପଞ୍ଚାୟତର ସୁନ୍ଦରୀ ମୌଜାର ଅନୁସୂଚିତ ଜାତି ଓ ଜନଜାତି ଭୂମିହୀନମାନେ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ । ବସବାସ ଏବଂ ବ୍ୟକ୍ତିଗତ ସ୍ଵାଧୀନତା ତଥା ସାମାଜିକ ନିରାପତ୍ତା ଏକ ସାମ୍ବିଧାନିକ ଅଧିକାର ହୋଇଥିବା ବେଳେ ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ଲୋକମାନେ ପଲିଥିନ ଟାଙ୍ଗି ରହୁଥିବା ଅଭିଯୋଗ ହୋଇଛି ।

ସରକାରୀ ଜାଗାରେ ଝୁପୁଡ଼ି ଘର କରି ମଥା ଗୁଞ୍ଜିବା ସତେ ଯେମିତି ଏମାନଙ୍କ ପାଇଁ ସବୁ ଯୋଜନା ଫେଲ ମାରିଥିବା ଭଳି ମନେ ହେଉଛି । ଜମିପଟ୍ଟା ନଥିବାରୁ ପିଲାମାନଙ୍କର ଶିକ୍ଷା ପାଇଁ ଜାତିଗତ ପ୍ରମାଣପତ୍ର ହୋଇପାରୁ ନଥିବା ଅଭିଯୋଗ କରିଛନ୍ତି ।ଏଥିପାଇଁ ଉକ୍ତ ଗ୍ରାମମାନଙ୍କରେ ଅନ୍ତତଃ ବସବାସ କରୁଥିବା ୨୦୦ ଅନୁସୂଚିତ ଜାତି ଓ ଜନଜାତି (ପରିବାର) ଭୂମିହୀନ ଅଧିବାସୀମାନଙ୍କୁ ଚିହ୍ନଟ କରାଯାଇ ବସୁନ୍ଧରା ଯୋଜନାରେ ଘରଡିହ ପଟ୍ଟା ପ୍ରଦାନ କରିବା ପାଇଁ ଦାବି ହୋଇଛି । 

ଏହା ମଧ୍ୟ ପଢନ୍ତୁ....ପାଞ୍ଚଦଫା ଦାବି ନେଇ ଚାଷୀ ଓ ଆଦିବାସୀଙ୍କ ମହାସମାବେଶ

ଇଟିଭି ଭାରତ, ବାଲେଶ୍ୱର

 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.