ଧର୍ମଗଡ଼ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବି, ରାସ୍ତାକୁ ଓହ୍ଲାଇଲେ 6 ବ୍ଲକର ସରପଞ୍ଚ - ଧର୍ମଗଡ଼ ଉପଖଣ୍ଡ

🎬 Watch Now: Feature Video

thumbnail

By

Published : Dec 31, 2022, 8:50 AM IST

Updated : Feb 3, 2023, 8:37 PM IST

ଭବାନୀପାଟଣା: ପୁଣି ଉଠିଲା ଧର୍ମଗଡ଼ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବି । କଳାହାଣ୍ଡି ଜିଲ୍ଲାର ଧର୍ମଗଡ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବିରେ ସମସ୍ତ ୬ଟି ବ୍ଲକର ନିର୍ବାଚିତ ସରପଞ୍ଚ ରାଜରାସ୍ତାକୁ ଓହ୍ଲାଇଛନ୍ତି । ସ୍ବର୍ଗତ ବିଜୁ ପଟ୍ଟନାୟକ ଓ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧର୍ମଗଡ଼ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦେବା ପାଇଁ ଘୋଷଣା କରିଥିଲେ । କିନ୍ତୁ ବର୍ତ୍ତମାନ ସୁଦ୍ଧା ଜିଲ୍ଲା ମାନ୍ୟତା ମିଳିଥିବାରୁ ଆନ୍ଦୋଳନକାରୀ କ୍ଷୋଭ ପ୍ରକାଶ କରିଛନ୍ତି । ଏହି କ୍ରମରେ ହାଇସ୍କୁଲ ପଡ଼ିଆରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ସହ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଉପ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଯଥା ଶୀଘ୍ର ରାଜ୍ୟ ସରକାର ଏହି ଦାବିକୁ ଗୁରୁତର ସହ ନେଇ ଦାବି ପୂରଣ ନ କଲେ ଆସନ୍ତା ଦିନରେ ଆନ୍ଦୋଳନ ତୀବ୍ର ହେବ ବୋଲି ସରପଞ୍ଚ ସଙ୍ଘ ପକ୍ଷରୁ ଚେତାବନୀ ଦିଆଯାଇଛି। ଇଟିଭି ଭାରତ, କଳାହାଣ୍ଡି
Last Updated : Feb 3, 2023, 8:37 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.