ଲୌହମାନବଙ୍କ ଜନ୍ମଜୟନ୍ତୀ: ରାଷ୍ଟ୍ରୀୟ ଏକତା ଦିବସ ପାଳିତ

By ETV Bharat Odisha Team

Published : Oct 31, 2023, 10:53 PM IST

thumbnail

ଜଗତସିଂହପୁର: ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ 148 ତମ ଜନ୍ମଜୟନ୍ତୀ ଉପଲକ୍ଷେ 'ରାଷ୍ଟ୍ରୀୟ ଏକତା ଦିବସ'  ପାଳିତ ହୋଇଯାଇଛି । ଏହି ଅବସରରେ ପାରାଦ୍ବୀପ ବନ୍ଦର ପକ୍ଷରୁ ଆୟୋଜିତ କରାଯାଇଥିବା ରାଷ୍ଟ୍ରୀୟ ଏକତା ଦିବସରେ  ବନ୍ଦର ଅଧ୍ୟକ୍ଷ ପି.ଏଲ. ହରାନାଦଙ୍କ ସମେତ ବନ୍ଦରର ବରିଷ୍ଠ ଅଧିକାରୀମାନେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଫଟୋଚିତ୍ରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ସର୍ଦ୍ଦାର ପଟେଲଙ୍କ ପଦକ୍ଷେପ ଯୋଗୁଁ ବହୁ ଦେଶୀୟ ରାଜ୍ୟକୁ ଭାରତବର୍ଷରେ ମିଶାଇ ଏକତା ପ୍ରତିଷ୍ଠା କରି ପାରିଥିବା ପ୍ରକାଶ କରିଥିଲେ ବନ୍ଦର ଅଧ୍ୟକ୍ଷ ।  ଆହୁରି ମଧ୍ୟ କହିଥିଲେ ଯେ, ଭାରତର ଏକତା ଓ ଅଖଣ୍ଡତା ପାଇଁ ଯେଉଁ କାର୍ଯ୍ୟ କରିଯାଇଛନ୍ତି ତାହା ଇତିହାସ । ସ୍ଵର୍ଣ୍ଣ ଅକ୍ଷରରେ ଲିପିବଦ୍ଧ ହୋଇ ରହିଛି । ଲୋହମାନବ ପଟେଲଙ୍କ ସ୍ୱପ୍ନ ଥିଲା ଅଖଣ୍ଡ ଭାରତ । 

ବିଭିନ୍ନ ରାଜ୍ୟକୁ ଭାରତ ସହିତ ମିଶ୍ରଣ କରି ବୃହତ ଦେଶ ଗଠନ ତାଙ୍କର ଲକ୍ଷ୍ୟ ଥିଲା । ଦେଶ ପାଇଁ ତାଙ୍କର ଅବଦାନ ଚିରସ୍ମରଣୀୟ । ଲୌହମାନବଙ୍କ 148 ତମ ଜୟନ୍ତୀ ଉପଲକ୍ଷେ ପାରାଦ୍ବୀପ ବନ୍ଦର ଅଥରଟି ପକ୍ଷରୁ ଏକ ଏକତା ପାଇଁ ଦୌଡ଼ (run for unity) କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ ଗୋପବନ୍ଧୁ ଷ୍ଟାଡିୟମରୁ ବନ୍ଦର ଅଧ୍ୟକ୍ଷ ଏହାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।  

ଏହା ମଧ୍ୟ ପଢନ୍ତୁ.....ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମଜୟନ୍ତୀ, ଶ୍ରଦ୍ଧାଞ୍ଜଳି ହେଲେ ରାଷ୍ଟ୍ରପତି-ଉପରାଷ୍ଟ୍ରପତି

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.