World Health Day: ବାଲୁକା ଚିତ୍ରକଳାରେ 'ସମସ୍ତଙ୍କ ପାଇଁ ସ୍ବାସ୍ଥ୍ୟ' ବାର୍ତ୍ତା - ବିଶ୍ବ ସ୍ବାସ୍ଥ୍ୟ ଦିବସ
🎬 Watch Now: Feature Video
ପୁରୀ: କୁହାଯାଏ ସ୍ବାସ୍ଥ୍ୟ ହିଁ ସମ୍ପଦ । ମଣିଷ ସୁସ୍ଥ ରହିବେ ଏ ସୁନ୍ଦର ପୃଥିବୀକୁ ଉପଭୋଗ କରିପାରେ । ତେଣୁ ଜୀବନରେ ସ୍ବାସ୍ଥ୍ୟର ଗୁରୁତ୍ବ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO) ଦ୍ବାରା ପ୍ରତିବର୍ଷ ଏପ୍ରିଲ ମାସ ୭ ତାରିଖରେ ବିଶ୍ବ ସ୍ବାସ୍ଥ୍ୟ ଦିବସ ପାଳନ କରାଯାଏ । ଏହି ଅବସରରେ ଆନ୍ତର୍ଜାତିକ ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଏକ ସୁନ୍ଦର ବାଲୁକା ଚିତ୍ରକଳା ପ୍ରସ୍ତୁତ କରିଛନ୍ତି । ନିଜର ବାଲୁକା କଳାରେ ସେ 'ସମସ୍ତଙ୍କ ପାଇଁ ସ୍ବାସ୍ଥ୍ୟ' ବାର୍ତ୍ତା ଦେଇଛନ୍ତି । ଏହାସହିତ ବିଶ୍ଵ ସ୍ବାସ୍ଥ୍ୟ ସଙ୍ଗଠନର 75 ବର୍ଷ ପୂର୍ତ୍ତି ଅବସରରେ 'ହୁ'କୁ ଶୁଭେଚ୍ଛା ଜଣାଇଛନ୍ତି । ସାରା ବିଶ୍ଵରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବିଶ୍ଵ ସ୍ଵାସ୍ଥ୍ୟ ସଙ୍ଗଠନ ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ହୋଇଥିବା ବେଳେ ଏହାର କାର୍ଯ୍ଯ ପାଇଁ ବାଲୁକା ଚିତ୍ରକଳା ମାଧ୍ୟମରେ ସେ ଶୁଭେଚ୍ଛା ଦେଇଛନ୍ତି ।
ଇଟିଭି ଭାରତ, ପୁରୀ