thumbnail

Janmashtami 2023: ବାଲୁକା ଚିତ୍ରକଳାରେ ପବିତ୍ର ଜନ୍ମାଷ୍ଟମୀ ଶୁଭେଚ୍ଛା

By ETV Bharat Odisha Team

Published : Sep 5, 2023, 9:53 PM IST

ପୁରୀ: ପବିତ୍ର ଜନ୍ମାଷ୍ଟମୀ ପାଳନକୁ ନେଇ ସାରା ଦେଶ ଉତ୍ସବ ମୁଖର ।  ଏହି ଅବସରରେ ବିଶିଷ୍ଟ ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଏକ ସୁନ୍ଦର ବାଲୁକା ଚିତ୍ରକଳା କରି ପବିତ୍ର ଜନ୍ମାଷ୍ଟମୀର ଶୁଭେଚ୍ଛା ସାରା ଦେଶବାସୀଙ୍କୁ ଦେଇଛନ୍ତି ।  ପୁରୀ ବେଳାଭୂମିର ନିଳାଦ୍ରୀ ବିଚରେ ସେ ଏହି ସୁନ୍ଦର କଳାକୃତି ନିର୍ମାଣ କରିଛନ୍ତି ।  ଯାହାକି ବେଶ ଆକର୍ଷଣୀୟ ହୋଇଛି ।  ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମ ସମୟର ଦୃଶ୍ୟ ଏହି ବାଲୁକା ଚିତ୍ରକଳାରେ ସେ ଦର୍ଶାଇଛନ୍ତି ।  ସେହିପରି ମହାକାଶ ବିଜ୍ଞାନରେ ଭାରତର ସଫଳତାକୁ ମଧ୍ୟ ଏହି ବାଲୁକା ଚିତ୍ରକଳାରେ ସେ ଦେଖାଇଛନ୍ତି ।  ଭାରତର ଚନ୍ଦ୍ରଯାନ-୩ ମିଶନ, ସୂର୍ଯ୍ୟ ମିଶନର ଦୃଶ୍ୟ ଏହି ବାଲୁକା ଚିତ୍ରକଳାରେ ଅତି ଚମତ୍କାର ଭାବେ ଦେଖାଇଛନ୍ତି ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଏହି ବାଲୁକା କଳାକୁ ଦେଖିବା ଲାଗି ବେଳାଭୂମିରେ ପର୍ଯ୍ୟଟକଙ୍କ ଗହଳ ମଧ୍ୟ ଦେଖିବାକୁ ମିଳିଥିଲା ।  

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.