ବାଲୁକା ଚିତ୍ରକଳା ମହୋତ୍ସବ, ପରିବେଶ ସୁରକ୍ଷା ସଚେତନତା ବାର୍ତ୍ତା ବାଣ୍ଟିଲେ ଚିତ୍ରଶିଳ୍ପୀ - ଆନ୍ତର୍ଜାତିକ ବାଲୁକା ଚିତ୍ରକଳା ମହୋତ୍ସବ ୨୦୨୩

🎬 Watch Now: Feature Video

thumbnail

By ETV Bharat Odisha Team

Published : Dec 4, 2023, 8:49 PM IST

ପୁରୀ: ଆନ୍ତର୍ଜାତିକ ବାଲୁକା ଚିତ୍ରକଳା ମହୋତ୍ସବ ୨୦୨୩ର ୪ର୍ଥ ଦିବସରେ 'ପରିବେଶ ପରିବର୍ତ୍ତନ ଓ ଅତିଥି ଦେବ ଭବୋ ଥିମ'କୁ ଅତି ନିଖୁଣ ଭାବରେ ବାଲିରେ ଗଢିଛନ୍ତି ବାଲୁକା ଶିଳ୍ପୀ । ବିଶେଷ କରି କଂକ୍ରିଟ ଜଙ୍ଗଲ ଗଢ଼ି ଉଠିଥିବା ବେଳେ ପରିବେଶ ନିୟନ୍ତ୍ରଣ ହରାଉ ଥିବାରୁ ଆମେ ଅନେକ ବିପଦର ସମ୍ମୁଖୀନ ହେଉଛୁ । ଏଣୁ ପରିବେଶକୁ ସନ୍ତୁଳିତ ରଖିବା ପାଇଁ ସଚେତନତାର ବାର୍ତ୍ତା ବାଣ୍ଟିଥିଲେ ବାଲୁକା ଚିତ୍ରଶିଳ୍ପୀ । ସେହିପରି 'ଅତିଥି ଦେଵ ଭଵୋ'କୁ ବାଲୁକା କଳାରେ ତୋଳି ଧରିଥିଲେ ବାଲୁକା ଶିଳ୍ପୀ । ସେପଟେ ବାଲୁକା ଶିଳ୍ପୀଙ୍କର ଏଭଳି ପ୍ରଦର୍ଶନ ପର୍ଯ୍ୟଟକଙ୍କୁ ବେଶ ଆକୃଷ୍ଟ କରିଥିଲା ।

ଏହା ବି ପଢନ୍ତୁ- ବାଲୁକା ଚିତ୍ରକଳା ମହୋତ୍ସବର 3ୟ ଦିବସ, ଭରପୂର ଉପଭୋଗ କଲେ ପର୍ଯ୍ୟଟକ

କୋଣାର୍କ ଚନ୍ଦ୍ର ଭାଗାରେ ଚାଲିଥିବା ଅର୍ନ୍ତଜାତୀୟ ବାଲୁକା କଳା ମହୋତ୍ସବ ଗତ ଡିସେମ୍ବର ୧ ତାରିଖରେ ଉଦଘାଟନ ହୋଇଥଲା । ଏହାକୁ ଦେଖିବାକୁ ଦେଶ ବିଦେଶରୁ ହଜାର ହଜାର ପର୍ଯ୍ୟଟକଙ୍କ ଭିଡ଼ ଜମୁଛି ।  ଆସନ୍ତା ଡିସେମ୍ବର ୫ ତାରିଖ ଯାଏଁ ଏହି ଅନ୍ତର୍ଜାତୀୟ ବାଲୁକା ଚିତ୍ରକଳା ମହୋତ୍ସବ ଅନୁଷ୍ଠିତ ହେବ ।  ୧୦୦ରୁ ଅଧିକ ବାଲୁକା ଚିତ୍ରଶିଳ୍ପୀ ଏହି ବାଲୁକା ଚିତ୍ରକଳା ମହୋତ୍ସବରେ ସାମିଲ ହୋଇଛନ୍ତି ।  ଆମେରିକା, ଅଷ୍ଟ୍ରେଲିଆ, ବେଲାଋଷ, ଋଷିଆ ଆଦି ବିଦେଶରୁ ମଧ୍ୟ ଅନେକ ବାଲୁକା ଚିତ୍ରଶିଳ୍ପୀ ଏହି ବାଲୁକା ଚିତ୍ରକଳା ମହୋତ୍ସବରେ ସାମିଲ ହୋଇଛନ୍ତି ।  

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.