ବାଲୁକା କଳାରେ ନୂଆବର୍ଷ ଶୁଭେଚ୍ଛା ଜଣାଇଲେ ବାଲୁକା ଶିଳ୍ପୀ, ତିଆରି କଲେ 26 ଫୁଟ ଉଚ୍ଚ କୋଣାର୍କ ମନ୍ଦିର - ବାଲୁକା ଶିଳ୍ପୀ ସରିତା
🎬 Watch Now: Feature Video
Published : Jan 1, 2024, 1:53 PM IST
New year wishes through sand art: ପୁରୀ: ନୂତନ ବର୍ଷ ୨୦୨୪ ଅବସରରେ ଚନ୍ଦ୍ରଭାଗା ବେଳାଭୂମିରେ ବାଲୁକା କଳାରେ ନୂତନ ବର୍ଷର ଅଭିନନ୍ଦନ ବାର୍ତ୍ତା ବାଣ୍ଟିଛନ୍ତି ମହିଳା ବାଲୁକା ଶିଳ୍ପୀ ସରିତା ଗୋଚ୍ଛାୟତ l ନୂତନ ବର୍ଷ ଉପଲକ୍ଷେ ବିଶ୍ୱ ଐତିହ୍ୟ କୋଣାର୍କ ଚନ୍ଦ୍ରଭାଗା ବେଳାଭୂମିରେ ଏକ 26 ଫୁଟ ଉଚ୍ଚତା ବିଶିଷ୍ଟ ସୂର୍ଯ୍ୟମନ୍ଦିର ନିର୍ମାଣ କରିଛନ୍ତି । ପାଖାପାଖି 7 ଦିନ ଧରି ସରିତା ନିଜ ବନ୍ଧୁମାନଙ୍କ ସହ ଏହାକୁ ପ୍ରସ୍ତୁତ କରିଛନ୍ତି ।
ଏହାମଧ୍ୟ ପଢନ୍ତୁ.. ଚନ୍ଦ୍ରଭାଗା ବେଳାଭୂମିରେ ବାଲୁକା କଳା ପ୍ରଦର୍ଶନୀ
ଏଥିସହ ବେଳା ଭୂମିରେ Happy New Year 2024 ଲେଖି ଶୁଭେଚ୍ଛା ଜଣାଇବା ସହ ବାଲୁକା କଳାରେ ଅଯୋଧ୍ୟାର ଶ୍ରୀରାମଙ୍କ ମନ୍ଦିରକୁ ସ୍ଥାପିତ କରି ଶ୍ରୀରାମ, ଲକ୍ଷ୍ମଣ, ସୀତା ଓ ହନୁମାନଙ୍କ ଛବି ଆଙ୍କି ଅନେକ ପ୍ରଶଂସାର ପାତ୍ର ହୋଇପାରିଛନ୍ତି । ଇଂରାଜୀ ନୂତନ ବର୍ଷ ସମସ୍ତଙ୍କ ଜୀବନରେ ସୁଖ ଶାନ୍ତି ସମୃଦ୍ଧିରେ ପରିପୂର୍ଣ୍ଣ ହେଉ ଏହି ବାର୍ତ୍ତା ଦେଇଛନ୍ତି ସରିତା । ନବବର୍ଷର ଶୁଭେଚ୍ଛା ଜଣାଇବା ସହ ସଂସ୍କୁତି, ପରିବେଶ ଓ ଅଲିଭ ରିଡ଼ଲେ କଇଁଛ,ଡଲଫିନ ମାନଙ୍କ ସୁରକ୍ଷାର ବାର୍ତ୍ତା ଦେଇଛନ୍ତି ବାଲୁକା ଶିଳ୍ପୀ ।
ଇଟିଭି ଭାରତ, ନିମାପଡା