thumbnail

By

Published : Mar 15, 2023, 8:43 PM IST

ETV Bharat / Videos

ଓସ୍କାର ପ୍ରାପ୍ତ 'RRR' ଚଳଚ୍ଚିତ୍ର ବାଲୁକା ଆନିମେସନରେ ଶୁଭେଚ୍ଛା ବାର୍ତ୍ତା ଦେଲେ ମାନସ

ପୁରୀ: ସାଉଥ ଇଣ୍ଡଷ୍ଟ୍ରିର ଚଳଚ୍ଚିତ୍ର 'RRR'ର ସୁପରହିଟ ଗୀତ 'ନାଟୁ ନାଟ' ଓସ୍କାର ଜିତି ଭାରତ ପାଇଁ ଏକ ଅପୂର୍ବ ଗୌରବ ଆଣିଛି  । ଏହି ଐତିହାସିକ ବିଜୟ ପରେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ଓସ୍କାର ବିଜେତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି  । ସାଣ୍ଡ୍‌ ଆନିମେସନ ମାଧ୍ୟମରେ 'RRR' ଚଳଚ୍ଚିତ୍ରକୁ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି ମାନ' ଚଳଚ୍ଚିତ୍ରର 'ନାଟୁ ନାଟୁ' ଗୀତରେ ଥିବା ଲୋକପ୍ରିୟ ଅଭିନେତା ଜୁନିୟର ଏନଟିଆର ଏବଂ ରାମଚରଣଙ୍କ ପ୍ରତିଛବି ଆଙ୍କିଛନ୍ତି  । ଏଥିସହ ଓସ୍କାର ଟ୍ରଫିର ମଧ୍ୟ ଚିତ୍ରଣ କରିଛନ୍ତି  । ମାନସ ସାହୁ ବାଲୁକା ଆନିମେସନରେ "Congratulations RRR"ର ବାର୍ତ୍ତା ଦେଇଛନ୍ତି  । ଏହି ବାଲୁକା ଆନିମେସନ ଭିଡ଼ିଓଟି 1 ମିନଟ 50 ସେକେଣ୍ଡର ରେକର୍ଡ ହୋଇଛି  । ପ୍ରଥମ ଥର ପାଇଁ ଭାରତୀୟ ଚଳଚ୍ଚିତ୍ର ଅରିଜିନାଲ୍‌ କାଟାଗୋରୀରେ ଓସ୍କାର ପାଇଥିବାରୁ ସମଗ୍ର ଭାରତ ଗର୍ବିତ  । ଯାହା ତାଙ୍କ ବାଲୁକା କଳା ମାଧ୍ୟମରେ ଦର୍ଶାଯାଇଛି  । 

ଇଟିଭି ଭାରତ, ପୁରୀ 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.