ସମ୍ବଲପୁର ଚିଡ଼ିଆଖାନାକୁ ଆସିଲେ ନୂଆ ଅତିଥି - ଚିଡିଆଖାନାକୁ ଆସିଲେ ନୂଆ ଅତି
🎬 Watch Now: Feature Video
Published : Dec 5, 2023, 11:40 AM IST
ସମ୍ବଲପୁର: ସମ୍ବଲପୁର ଚିଡିଆଖାନାକୁ ଆସିଲେ ନୂଆ ଅତିଥି l ନନ୍ଦନକାନନରୁ ସମ୍ବଲପୁର ଚିଡିଆଖାନାକୁ ଆସିଛନ୍ତି 8ଟି କୃଷ୍ଣ ସାର ମୃଗ ବା Black Buck । ସେମାନଙ୍କ ମଧ୍ୟରେ 4ଟି ମାଇ ଓ 4ଟି ଅଣ୍ଡିରା ରହିଛନ୍ତି । ସେଣ୍ଟ୍ରାଲ ଜୁ' ଅଥରିଟିଙ୍କ ସ୍ୱୀକୃତି କ୍ରମେ ପଶୁ ଅଦଳ ବଦଳ କାର୍ଯ୍ୟକ୍ରମ ଅନୁସାରେ ଗତକାଲି(ସୋମବାର) ବିଳମ୍ବିତ ରାତିରେ ସମ୍ବଲପୁର ଚିଡିଆଖାନାକୁ ଏହି ପଶୁ ଆସିଛନ୍ତି l ପରବର୍ତ୍ତୀ ସମୟରେ 8 ଗୋଟି ନୀଳ ଗାଇ , 8ଟି ହଗ୍ ଡିଅର ସମ୍ବଲପୁର ଚିଡ଼ିଆଖାନାକୁ ଆସିବେ । ଅନ୍ୟପଟେ ସମ୍ବଲପୁର ଚିଡିଆଖାନାରୁ 7 ଗୋଟି ଚଉସିଙ୍ଗା ଓ 5 ଗୋଟି ସମ୍ବର ନନ୍ଦନକାନନକୁ ଆଜି ପ୍ରଦାନ କରାଯିବ । ପରବର୍ତ୍ତି ସମୟରେ ନୀଳ ଗାଇ ଓ ହଗ ଡିଅର ଅଦଳ ବଦଳ କରାଯିବ ବୋଲି ସୂଚନା ମିଳିଛି । ସୂଚନା ଯୋଗ୍ୟ ଯେ, ସମ୍ବଲପୁର ଚିଡିଆଖାନାରେ ପୂର୍ବରୁ କେବଳ ହରିଣ ରହୁଥିବା ବେଳେ ଏହାକୁ ଡିୟର ପାର୍କ ବୋଲି କୁହାଯାଉଥିଲା । ତେବେ ପରବର୍ତ୍ତୀ ସମୟରେ ଏଠାରେ ବିଭିନ୍ନ ପ୍ରଜାତିର ପକ୍ଷୀ ଅନ୍ୟ ପଶୁ ଓ ଏକ ବାଘ ରହିବାରୁ ଏହାକୁ ଚିଡ଼ିଆଖାନାର ମାନ୍ୟତା ମିଳିଥିଲା ।
ଏହା ମଧ୍ୟ ପଢନ୍ତୁ-ନନ୍ଦନକାନନକୁ ଆସିଲେ ନୂଆ ଅତିଥି, ହୁଲକ ଗିବନ ସମେତ ୫ ଜୀବଜନ୍ତୁ
ଇଟିଭି ଭାରତ, ସମ୍ବଲପୁର