ଓଡିଆ ଚଳଚିତ୍ର ପୁଷ୍କରା ଟ୍ରେଲର ରିଲିଜ, ଚଳଚ୍ଚିତ୍ର ସଫଳତା ନେଇ ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ସବ୍ୟସାଚୀ

By ETV Bharat Odisha Team

Published : Sep 1, 2023, 8:50 PM IST

thumbnail

ପୁରୀ: ରିଲିଜ ହେଲା ବହୁ ପ୍ରତିକ୍ଷୀତ ଓଡ଼ିଆ ଚଳଚ୍ଚିତ୍ର ପୁଷ୍କରାର ଟ୍ରେଲର। ତେବେ ଚଳଚ୍ଚିତ୍ରର ସଫଳ ହେବା ନେଇ ମହାପ୍ରଭୁଙ୍କ ଆଶୀର୍ବାଦ ନେଇଛନ୍ତି ଅଭିନୟ କରିଥିବା ଓଲିଉଡ ଅଭିନେତା ସବ୍ୟସାଚୀ ଓ ଅଭିନେତ୍ରୀ ସୁପ୍ରୀୟା । ପୁରୀ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଅନେକ ପ୍ରଶଂସକଙ୍କ ସହ ଫିଲ୍ମର ଟ୍ରେଲର ଦେଖାଇ ଥିଲେ ସବ୍ୟସାଚୀ । ତେବେ ଚଳଚ୍ଚିତ୍ରର କାହାଣୀଟି ଓଡ଼ିଆ ପରମ୍ପରା ସହିତ ଜଡ଼ିତ ହୋଇଥିବାରୁ ଏହା ଦର୍ଶକମାନଙ୍କୁ ବେଶ ପସନ୍ଦ ଆସିବ ବୋଲି ଆଶା ରଖିଛନ୍ତି ଉଭୟ ଅଭିନେତା, ଅଭିନେତ୍ରୀ ଏବଂ ପ୍ରଯୋଜନା ସଂସ୍ଥା । ଆଜି ଫିଲ୍ମର ଟ୍ରେଲର ଆସିବା ପରେ ଖୁବ ଶୀଘ୍ର ଚଳଚ୍ଚିତ୍ର ପୁଷ୍କରା ପରଦାକୁ ଆସିବ । ତେବେ ଚଳଚିତ୍ରର ନିର୍ଦ୍ଦେଶନା ଭାର ସଂଭାଳିଛନ୍ତି ଓଡ଼ିଶାର ଆଗଧାଡି଼ର ନିର୍ଦ୍ଦେଶକ ସୁଧାଂଶୁ ଦାଶ। କାହାଣୀଟି ଓଡ଼ିଶାର ଅଳ୍ପ କିଛି ଅଞ୍ଚଳରେ ଥିବା ଏକ ନିଆରା ପରମ୍ପରା ଉପରେ ଆଧାରିତ। ଫିଲ୍ମ ପୁଷ୍କରା ଶଙ୍କର ତ୍ରିପାଠୀଙ୍କ ଉପନ୍ୟାସ 'ନାଦ ବିନ୍ଦୁ' ଉପରେ ପର୍ଯ୍ୟବେସିତ।  

ଏହା ମଧ୍ୟ ପଢନ୍ତୁ...Pushkara: ପୁଷ୍କରା ନୂଆ ପୋଷ୍ଟର ଆଉଟ୍, ଏହି ଦିନ ରିଲିଜ ହେବ ଟ୍ରେଲର

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.