thumbnail

By

Published : Aug 10, 2022, 10:32 PM IST

Updated : Feb 3, 2023, 8:26 PM IST

ETV Bharat / Videos

ଲଗାଣ ବର୍ଷାରେ ଗଛ ପଡି ରାସ୍ତା ଅବରୋଧ

ଫୁଲବାଣୀ : ଲଗାଣ ବର୍ଷାରେ ମାଟି ଅତଡା ଓ ଗଛ ପଡି ରାସ୍ତା ଅବରୋଧ। ଫୁଲବାଣୀ ସମେତ ସମଗ୍ର କନ୍ଧମାଳ ଜିଲ୍ଲାରେ ଲଗାଣ ବର୍ଷା ଫଳରେ ଏବେ ଜିଲ୍ଲାରେ ଥିବା ବିଭିନ୍ନ ଘାଟୀରୁ ମାଟି ଅତଡ଼ା ସହ ବଡ଼ବଡ଼ ଗଛ ଖସି ପଡୁଛି । ଫଳରେ ଗାଡିମଟର ଯିବା ଆସ କରିବାରେ ବାଧା ସୃଷ୍ଟି ହୋଇଛି । ଜିଲ୍ଲାର ସବୁଠୁ ବଡ଼ଘାଟି ବ୍ରହ୍ମପୁର ଯିବା ରାସ୍ତାରେ କଳିଙ୍ଗା ଘାଟି ଆଉ ବୌଦ୍ଧ ଯିବା ରାସ୍ତାରେ ରାଣୀପଥର , ଭୁବେନେଶ୍ବର ରାସ୍ତାରେ ମାଧପୁର , ଘାଟି ସମେତ କୁଡୁକି , ତୁମୁଡିବନ୍ଧ ଓ ବେଲଘର ସାରଙ୍ଗ ଆଦି ଘାଟିରେ ମାଟି ଅତଡ଼ା ଖସୁଥିବାର ଦେଖିବାକୁ ମିଳିଛି। ଏନେଇ ଜୀବନ ପ୍ରତି ବିପଦ ସହ ରାସ୍ତା ଅବରୋଧ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା। ଲଗାଣ ବର୍ଷା ଯୋଗୁଁ ଖଜୁରୀ ପଡ଼ l ବ୍ଲକର ଗାଡ଼ିଆ ପଡ଼ l ଘାଟିରେ ପାହଡ଼ରୁ ମାଟି ଅତଡା ଶହ ଗଛ ରାସ୍ତାରେ ପଡ଼ି ଫୁଲବାଣୀରୁ ଭୁବେନଶ୍ବର ଯାତାୟାତ ବାଧାପ୍ରାପ୍ତ ହୋଇଛି l କିନ୍ତୁ ଅଟକି ରହିଥିବା ଯାତ୍ରୀମାନେ ନିଜେ ଗଛକୁ ଉଠଇ ରାସ୍ତା ସଫା କରିଥିଲେ । ତେବେ ସେହିପରି ମଙ୍ଗଳବାର ଅପରାହ୍ନରେ ଫୁଲବାଣୀ - ବୌଦ୍ଧ ରାସ୍ତାର ରାଣୀପଥର ଘାଟି ଅଞ୍ଚଳରେ ପାହାଡ଼ ଉପରୁ ମାଟି ଅତଡ଼ା ଖସି ରାସ୍ତା ଅବରୋଧ ହୋଇଥିଲା । ଏନେଇ ରାସ୍ତା ସଫା କରାଯିବା ଲାଗି ଉଦ୍ୟମ କରାଯାଉଥିବା ଜଣାପଡିଛି ।
Last Updated : Feb 3, 2023, 8:26 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.