ମିଳୁନି ପେନସନ୍ ଓ ଗ୍ରାଚ୍ୟୁଇଟି, ଧାରଣା ଦେଲେ ଅବସାରପ୍ରାପ୍ତ କର୍ମଚାରୀ

By

Published : Apr 12, 2023, 9:23 PM IST

thumbnail

ବାଲେଶ୍ବର: ପେନସନ୍ ଓ ଗ୍ରାଚ୍ୟୁଇଟି ଦାବିରେ ଡିଭିଜନ୍ ଅଫିସ୍ ସମ୍ମୁଖରେ ଗଣଧାରଣା ଦେଲେ ପୂର୍ତ୍ତବିଭାଗ ଅବସାରପ୍ରାପ୍ତ କର୍ମଚାରୀ । ବାଲେଶ୍ୱର ପୂର୍ତ୍ତ ବିଭାଗ ଡିଭିଜନ୍‌-୧ରେ ଦୀର୍ଘବର୍ଷ କାର୍ଯ୍ୟ କରି ଚାକିରିରୁ ଅବସର ନେଇଥିବା କର୍ମଚାରୀମାନଙ୍କୁ ତାଙ୍କ ପେନ୍‌ସନ୍‌ ମିଳିନଥିବା ଅଭିଯୋଗ କରିଛନ୍ତି । ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ସେମାନଙ୍କର ଆଇନଗତ ପ୍ରାପ୍ୟ ପ୍ରଦାନରେ ଚରମ ଅବହେଳା କରାଯାଉଥିବାରୁ ସେମାନେ ବହୁ ଦୁଃଖ କଷ୍ଟରେ କାଳାତିପାତ କରୁଛନ୍ତି । ତେବେ ଅବସରପ୍ରାପ୍ତ ଆନେକ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପତ୍ନୀମାନଙ୍କୁ ପେନସନ ମିଳୁନଥିବା କି ଆବଶ୍ୟକୀୟ ସାହାଯ୍ୟ ମିଳି ନଥିବା ଅଭିଯୋଗ ହୋଇଛି । ତେବେ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଚେତାବନୀ ଦେଇଥିଲେ ଅବସାରପ୍ରାପ୍ତ କର୍ମଚାରୀ । ତେବେ ଡିଭିଜନ୍‌ର ଅଧୀକ୍ଷଣ ଯନ୍ତ୍ରୀ ରାମଚନ୍ଦ୍ର ସେଠି ଆବଶ୍ୟକୀୟ ତଥ୍ୟ ପ୍ରଦାନ ପରେ ସମସ୍ୟା ସମାଧାନ କରାଯିବ ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଛି ।

ଇଟିଭି ଭାରତ,ବାଲେଶ୍ବର 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.