ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ଚାଷ ନିଶା, 10ଜଣଙ୍କୁ ଦେଇଛନ୍ତି ରୋଜଗାର - ରୋଜଗାରକ୍ଷମ କରାଉଛନ୍ତି ଅବସର ପ୍ରାପ୍ତ ସେନା କର୍ମଚାରୀ
🎬 Watch Now: Feature Video
Published : Dec 23, 2023, 9:07 PM IST
Retired Army personnel became self independent: ବାଲେଶ୍ଵର : ଚାକିରୀ ଜୀବନରୁ ଅବସର ନେବାପରେ ମଧ୍ୟ ସେ ଘରେ ବସି ଯାଇ ନାହାନ୍ତି କିମ୍ବା ଜୀବନରେ ଥକି ଯାଇ ନାହାନ୍ତି । ଦେଶ ମାତୃକାର ସୁରକ୍ଷା ପାଇଁ ସେ ସେନାରେ ଯୋଗ ଦେଇଥିଲେ । ଆଉ ଏବେ ସେବାରୁ ନିବୃତ ହେବାପରେ ଗାଁରେ ଆସି ବିଭିନ୍ନ ପ୍ରକାର ଚାଷ କରି ନିଜେ ଆତ୍ମ ସନ୍ତୋଷ ଲାଭ କରୁଛନ୍ତି । ତାସହ ଗାଁ ଲୋକଙ୍କୁ ରୋଜଗାରକ୍ଷମ କରାଇ ପାରିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ.... ଖୋର୍ଦ୍ଧା ମାଟିରେ ଥାଇଲ୍ୟାଣ୍ଡ କୋଳି, ଚାଷ କରି ମାଲାମାଲ ହେଉଛନ୍ତି ଦୁଇ ଭାଇ
ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ହରିପୁର ଗ୍ରାମର ଅବସର ପ୍ରାପ୍ତ ସେନା କର୍ମଚାରୀ ମନମୋହନ ସ୍ୱାଇଁ । ଚାକିରୀରୁ ୨୦୦୩ ମସିହାରେ ଅବସର ନେବା ପରେ ଗାଁର କିଛି ଲୋକଙ୍କୁ ରୋଜଗାର କ୍ଷମ କରିବା ଯୋଜନା ପ୍ରସ୍ତୁତ କରିଥିଲେ। ୨୦୦୪ ମସିହାରୁ ନିଜର ୬ ଏକର ଜମିରେ ବିଭିନ୍ନ ପ୍ରକାରର ଚାଷ କାର୍ଯ୍ୟ ଆରମ୍ଭ କରିଲେ । ଏବେ ସେହି ଚାଷରୁ ନିଜେ ଅର୍ଥ ରୋଜଗାର କରିବା ସହ ପ୍ରାୟ ୧୦ରୁ ଅଧିକ ଲୋକଙ୍କୁ ମଧ୍ୟ ରୋଜଗାର ଦେଇପାରିଛନ୍ତି । ମନମୋହନ ନିଜ ଜମିରେ ବିଭିନ୍ନ ପନିପରିବା ସହ ନଡିଆ, କଦଳୀ ଚାଷ ମଧ୍ୟ କରିଛନ୍ତି । ଏଥିରେ ମାସକୁ ଲକ୍ଷାଧିକ ଟଙ୍କା ରୋଜଗାର କରୁଥିବା ଜଣାପଡ଼ିଛି । ଚାଷୀମାନଙ୍କ ପାଇଁ ସରକାର ଅନେକ ଯୋଜନା ଆରମ୍ଭ କରିଥିବା ବେଳେ ଏଥିରୁ ମଧ୍ୟ ମନମୋହନ ଲାଭ ଉଠାଇ ପାରୁଛନ୍ତି । ଖାଲି ସେତିକି ନୁହେଁ, ଗାଁର ବେରୋଜଗାର ଲୋକଙ୍କ ପାଇଁ ସେ ରୋଜଗାରର ମାଧ୍ୟମ ପାଲଟିଛନ୍ତି । ତେବେ ଏକା ରୋଜଗାରକ୍ଷମ ହେବା ଅପେକ୍ଷା ସମସ୍ତଙ୍କୁ ରୋଜଗାରର ବାଟ ଦେଖାଇବା ହେଉଛି ବଡ଼କଥା ବୋଲି ସେ ଗ୍ରହଣ କରିଛନ୍ତି । ଜଣେ ସେନା କର୍ମଚାରୀ ଭାବେ ନିଜ କର୍ତ୍ତବ୍ୟ ଓ ଦାଇତ୍ୱ ସମ୍ପାଦନ ପରେ ଏବେ ଏମିତି କାର୍ଯ୍ୟ ପାଇଁ ମାନମୋହନଙ୍କୁ ଅନେକ ସ୍ଥାନରୁ ସମ୍ମାନିତ ମଧ୍ୟ କରାଯାଇଛି । ଏହା ସହିତ ଅନେକ ଲୋକଙ୍କ ପାଇଁ ପ୍ରେରଣା ସାଜିଛନ୍ତି ମନମୋହନ ।
ଇଟିଭି ଭାରତ, ବାଲେଶ୍ଵର