Manoj Mishra Ban Controversy: ନରସିଂହଙ୍କ ରାଜ୍ୟ ବିଭାଜନ ମନ୍ତବ୍ୟକୁ ନିନ୍ଦା କଲେ ମନମୋହନ

By ETV Bharat Odisha Team

Published : Oct 29, 2023, 9:54 PM IST

thumbnail

ସମ୍ବଲପୁର: ଅଭିନେତା ମନୋଜ ମିଶ୍ରଙ୍କୁ ପ୍ରଯୋଜକ ସଂଘ 2 ବର୍ଷ ବ୍ୟାନ କରିବା ଘଟଣା । ଏହି ଘଟଣାକୁ ନେଇ ରାଜନୀତି ଆରମ୍ଭ ହୋଇଥିବାବେଳେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ ରାଜ୍ୟ ବିଭାଜନ ମନ୍ତବ୍ୟ ପରିସ୍ଥିତିକୁ ଆହୁରି ଗମ୍ଭୀର କରିଛି । ଏଭଳି ସ୍ଥିତିରେ ବିଜେପି ବିଧାୟକ ମୁକେଶ ମହାଲିଙ୍ଗ ଓ ନାଉରୀ ନାଏକ ମନୋଜ ମିଶ୍ରଙ୍କ ସମର୍ଥନରେ ବାହାରି ନିଜ ନିଜ ପ୍ରତିକ୍ରିୟା ରଖିଛନ୍ତି । ହେଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏହି ଘଟଣାରେ ନିଜକୁ ଦୂରେଇ ରଖିବାକୁ ଚେଷ୍ଟା କରିଛନ୍ତି ।

ଏହା ବି ପଢନ୍ତୁ...Narasingha Mishra controversial statement: ନରସିଂହଙ୍କ ସପକ୍ଷରେ ବାହାରିଲେ ଶରତ

ସେ କହିଛନ୍ତି, "ଏହି ପ୍ରସଙ୍ଗ ଉପରେ ମୁଁ କିଛି କହିବାକୁ ଚାହୁଁନାହିଁ । ଏହା ଫିଲ୍ମ ଇଣ୍ଡଷ୍ଟ୍ରିର ଭିତର କଥା । ଯଦି ମନୋଜ ମିଶ୍ରଙ୍କ ପ୍ରତି ଅନ୍ୟାୟ ହୋଇଛି ତାହେଲେ ତାଙ୍କୁ ନିଶ୍ଚୟ ନ୍ୟାୟ ମିଳିବ କଥା । ନରସିଂହ ମିଶ୍ରଙ୍କ ପରି ଜଣେ ଦାୟିତ୍ୱ ସମ୍ପନ ବ୍ୟକ୍ତି ଏଭଳି ବକ୍ତବ୍ୟ ଦେବା ଉଚିତ ହୋଇନାହିଁ । ମୁଖ୍ୟତଃ ନରସିଂହ ମିଶ୍ରଙ୍କ ରାଜ୍ୟ ବିଭାଜନ ବକ୍ତବ୍ୟ ଉଚିତ ନୁହେଁ ।" ଆଜି ସେ ସମ୍ବଲପୁର ଧନୁପାଲି ଶିଶୁ ମନ୍ଦିର ଠାରେ ଅନୁଷ୍ଠିତ ଏକ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘର କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିବା ସମୟରେ ଏହି ପ୍ରତିକ୍ରିୟା ରଖିଛନ୍ତି l

ଇଟିଭି ଭାରତ, ସମ୍ବଲପୁର
 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.