thumbnail

Ratha Yatra 2023: ଇଶ୍ବର ଗଢିଲେ ବଡ ଠାକୁରଙ୍କ କୁନି ରଥ

By

Published : Jun 19, 2023, 11:26 AM IST

ଖୋର୍ଦ୍ଧା: ଦିନକ ପରେ ବିଶ୍ବ ନିଅନ୍ତାଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ଏଥିପାଇଁ ରଥ ପଥ ସବୁ ପ୍ରସ୍ତୁତ ହୋଇ ରହିଛି । ସେହିପରି ମହାପ୍ରଭୁଙ୍କ ଏହି ରଥଯାତ୍ରାକୁ ସୁକ୍ଷ୍ମ କଳା ମାଧ୍ୟମରେ ସ୍ଥାନ ଦେଇ ଚର୍ଚ୍ଚାରେ ସୁକ୍ଷ୍ମ ଶିଳ୍ପୀ ଏଲ ଇଶ୍ବର ରାଓ । ଖୋର୍ଦ୍ଧା ଜିଲ୍ଲା ଜଟଣୀ ହାଟବଜାର ଅଞ୍ଚଳରେ ରହୁଥିବା ଇଶ୍ୱର ସବୁ ବେଳେ ତାଙ୍କ ସୁକ୍ଷ୍ମ କଳାକୃତି ମାଧ୍ୟମରେ ଚର୍ଚ୍ଚାରେ ରହିଥାନ୍ତି । ସେହିଭଳି ଆଗାମୀ ରଥଯାତ୍ରା ପାଇଁ ସେ ଅତି ସୁକ୍ଷ୍ମ ତିନି ରଥ କରି ସେଥିରେ ଲିମ୍ବ କାଠରେ ପ୍ରସ୍ତୁତ ଜଗନ୍ନାଥ, ବଳଭଦ୍ର ଓ ମାଆ ସୁଭଦ୍ରାଙ୍କୁ ସ୍ଥାନ ଦେଇଛନ୍ତି । 

ଇଶ୍ୱର 9 ଇଞ୍ଚ ଉଚ୍ଚ ରଥ ପ୍ରସ୍ତୁତ କରି ଚର୍ଚ୍ଚାକୁ ଆସିଛନ୍ତି । କାଗଜରେ ପ୍ରସ୍ତୁତ ହୋଇଥିବା ଏହି ରଥର ଚଉଡା 4 ଇଞ୍ଚ ହୋଇଥିବା ବେଳେ ଲମ୍ବ 5ଇଞ୍ଚ । ମହାପ୍ରଭୁଙ୍କ ଅବିକଳ ରଥ ଭଳି କୁନି ରଥ ଉପରେ 2ଟି ଶୁଆ, 4ଟି ରଥ ରହିଛି । ଏହି କାମ କରିବାକୁ ଶିଳ୍ପୀଙ୍କୁ 15 ଦିନ ସମୟ ଲାଗିଥିବା ବେଳେ ସୁକ୍ଷ୍ମ କଳା ମାଧ୍ୟମରେ ବିଶ୍ୱବାସୀଙ୍କୁ ରଥଯାତ୍ରାର ଶୁଭେଚ୍ଛା ଜଣାଇଛନ୍ତି । ତେବେ ସବୁବେଳେ କିଛି ନୂଆ କରି ଅନ୍ୟ ମାନଙ୍କ ଦୃଷ୍ଟି ଆକର୍ଷଣ କରୁଥିବା ଶିଳ୍ପୀ ଈଶ୍ୱର ଚଳିତ ରଥଯାତ୍ରା ପାଇଁ ଏହି କୁନି ରଥ କରି ଚର୍ଚ୍ଚାକୁ ଆସିଛନ୍ତି ।

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.