RathaYatra2023: ଫୋକସରେ ବ୍ରେକ ଚକ ସୁରକ୍ଷା, ପହିରେ ଲାଗିଲା ପ୍ଲେଟ - Puri News

🎬 Watch Now: Feature Video

thumbnail

By

Published : Jun 8, 2023, 10:51 PM IST

ପୁରୀ: ତିନି ରଥର ବ୍ରେକ ଚକର ସୁରକ୍ଷା ପାଇଁ ଲାଗିଲା ଲୁହା ପହି ପାତ । ଶ୍ରୀଜୀଉଙ୍କ ଘୋଷଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ଚଳିତ ବର୍ଷ ରଥ ଯାତ୍ରାରେ ତିନି ରଥର ବ୍ରେକ ଚକ ଯେଭଳି କ୍ଷତିଗ୍ରସ୍ତ ନ ହୁଏ ସେ ଦିଗରେ ବିଶେଷ  ଧ୍ୟାନ ଦିଆଯାଇଛି । ତିନି ରଥର ବ୍ରେକ ଚକରେ ଲୁହା ପହି ପାତ ଲଗାଯାଇଛି। କମାର ସେବକ ମାନେ ଏହି ଲୁହା ପାତ ପହି ପ୍ରସ୍ତୁତ କରି ଯୋଗାଇ ଦେଇଛନ୍ତି । ଏହାକୁ ତିନି ରଥର ବ୍ରେକ ଚକରେ ଲଗାଯାଇଛି। ରଥ ଗଡିଲା ସମୟରେ ବ୍ରେକ ଦିଆଯିବା ବେଳେ ବ୍ରେକ ଚକ ବ୍ରେକ ସହ ମାଡ ହୋଇଥାଏ। ବ୍ରେକ ଚକ କାଠରେ ନିର୍ମାଣ ହୋଇଥିବାରୁ ବ୍ରେକ ଚକ କ୍ଷତିଗ୍ରସ୍ତ ହେଲେ ରଥ ଗଡିବାରେ ବହୁ ସମସ୍ୟା ସୃଷ୍ଟି ହେବ। ଏଣୁ ଆଗାମୀ ରଥ ଯାତ୍ରାରେ କୌଣସି ଅସୁବିଧା ନହେବା ପାଇଁ ତିନି ରଥର ବ୍ରେକ ଚକ ଗୁଡିକରେ ଲୁହା ପହି ପାତ ଲଗାଯାଇଛି। ଏହା ଦ୍ବାରା ବ୍ରେକ ଚକ ସମ୍ପୂର୍ଣ୍ଣ ସୁରକ୍ଷିତ ରହିବ ବୋଲି ତାଳଧ୍ଵଜ ରଥ ମହାରଣା ବାଳକୃଷ୍ଣ ମହାରଣା କହିଛନ୍ତି।

ଇଟିଭି ଭାରତ, ପୁରୀ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.