thumbnail

By

Published : Jun 14, 2023, 8:19 AM IST

ETV Bharat / Videos

ରଜ ଦୋଳି ସାଙ୍ଗକୁ ପାରମ୍ପରିକ ପିଠାର ମହକରେ ମହକୁଛି ପାନ୍ଥନିବାସ

ଭୁବନେଶ୍ବର: ଆଜି ପହିଲି ରଜ । ଉତ୍ସବ ମୁଖର ପୁରପଲ୍ଲୀ । ରଜ ଉପଲକ୍ଷେ ଦୋଳି ସାଙ୍ଗକୁ ପାରମ୍ପରିକ ପିଠାର ମହକରେ ମହକୁଛି ପାନ୍ଥନିବାସ । ପର୍ଯ୍ୟଟନ ବିଭାଗ ଓ ଓଟିଡିସି ପକ୍ଷରୁ ଭୁବନେଶ୍ବର ପାନ୍ଥନିବାସରେ ରଜପର୍ବ ପାଳନ ପାଇଁ ବ୍ୟାପକ ଆୟୋଜନ ହୋଇଛି  । ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ଅଶ୍ବିନୀ ପାତ୍ର ଏହି ରଜ ମହୋତ୍ସବର ଉଦଘାଟନ କରିଛନ୍ତି । ଆଜିଠୁ ୩ ଦିନ ଧରି ପାନ୍ଥନିବାସରେ ପାଳନ ହେବ ରଜ । ଓଡ଼ିଆ ପରମ୍ପରାକୁ ବଜାୟ ରଖିବା ପାଇଁ ଏଠାରେ ପୋଡ ପିଠା, କାକରା, ମଣ୍ଡା ଭଳି ଭଳିକି ଭଳି ପିଠା ବିକ୍ରି ହେଉଛି । ଅଳତା ଓ ମିଠା ପାନ ସହ କୁଆଁରୀଙ୍କୁ ନିଆରା ପରିବେଶ ଭେଟି ଦେଇଛି ଓଟିଡିସି  ।

ଭୁବନେଶ୍ବର ସହରରେ ପିଠା ପହଞ୍ଚାଇବା ପାଇଁ ପିଠା ଅନ୍ ହୁଇଲ୍ କାର୍ଯ୍ୟକ୍ରମର ମଧ୍ୟ ଉଦଘାଟନ ହୋଇଛି । ପୋଡ଼ ପିଠା କିଲୋ ପିଛା ୪୦୦ ଟଙ୍କା ଥିବାବେଳେ ବେଳେ କାକରା ମଣ୍ଡା ପିଠା ଗୋଟାକୁ ୨୦ କୋଡ଼ିଏ ଟଙ୍କା ଦର ରହିଛି । ତେବେ ଗତବର୍ଷ ସହ ଚଳିତ ବର୍ଷର ପିଠା ଦର ସମାନ ରହିଛି ବୋଲି ବିଭାଗ ସୂଚନା ଦେଇଛି । ଏହି ଅବସରରେ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ଵିନୀ ପାତ୍ର, ଓଟିଡିସି ଅଧ୍ୟକ୍ଷ ଲେଲିନ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ରଜ ମହୋତ୍ସବର ଉଦ୍ଦେଶ୍ୟ ସମ୍ପର୍କରେ ମତ ରଖିଥିଲେ । ଏଥିସହ ବାହାନଗା ଟ୍ରେନ୍ ଦୁର୍ଘଟଣାରେ ଜୀବନ ହରାଇଥିବା ବ୍ୟକ୍ତିଙ୍କ ପାଇଁ ନୀରବ ପ୍ରାର୍ଥନା କରିଥିଲେ ।  

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.