ଜମୁଛି ରଜ ମଉଜ, କବାଡି ଖେଳରେ ମସଗୁଲ ଯୁବପିଢି - କବାଡି ଖେଳ
🎬 Watch Now: Feature Video
ଜଗତସିଂହପୁର: ଗଣପର୍ବ ରଜକୁ ନେଇ ଉତ୍ସବ ମୁଖର ଗାଁଠୁ ସହର । ପିଠା, ମିଠା ମହକୁଛି ଗାଁ ଗଣ୍ଡା । ରଜପାନ ଖାଇ ଦୋଳି ଖେଳୁଛନ୍ତି ତରୁଣୀ । ପୁଚି ଖେଳ ସାଙ୍ଗକୁ ତାସ ଓ କବାଡି ଖେଳରେ ସମସ୍ତେ ବ୍ୟସ୍ତ । ରଜ ସଂକ୍ରାନ୍ତିରେ ଜଗତସିଂହପୁର ସଦର ବ୍ଲକ ଅନ୍ତର୍ଗତ ଘଡିମୂଳ ଦେବୀ ନଦୀ ପଠାରେ କବାଡି ଖେଳ ସାଙ୍ଗକୁ ଭଲିବଲ ଓ ତାସ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଦେବୀନଦୀ ପଠାରେ ଗ୍ରାମବାସୀ ଏକାଠି ହୋଇ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । କୃତି ପ୍ରତିଯୋଗି ମାନଙ୍କୁ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା । ସେହିପରି ତରୁଣୀଙ୍କ ପାଇଁ ପୁଚି, ଦଉଡି ଡିଆଁ ଓ ମ୍ୟୁଜିକ ଚେୟାର ପ୍ରତିଯୋଗିତା ହୋଇଥିଲା । ସେହିଭଳି ଅବିନାଶ ଚାରି ଟେବୁଲ ଟ୍ରଷ୍ଟ ପକ୍ଷରୁ ମଧ୍ୟ ପଟସର 6 ଗ୍ରାମରେ ରଜ ମହୋତ୍ସବ ପାଳିତ ହୋଇଛି । ଏଠାରେ ଚିତ୍ରାଙ୍କନ, ନାଚଗୀତର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଜିଲ୍ଲାର ବିଭିନ୍ନ ସ୍ଥାନରେ ମଧ୍ୟ ଆନନ୍ଦ ଉଲ୍ଲାସର ସହିତ ରଜପର୍ବ ପାଳନ କରାଯାଉଛି ।
ଇଟିଭି ଭାରତ, ଜଗତସିଂହପୁର