ରଜରେ ଚଳଚଞ୍ଚଳ ସଂଗ୍ରହାଳୟ ଉଦ୍ୟାନ, ଗାଁ ପରିବେଶରେ ରଜ ପାଳୁଛନ୍ତି ରାଜଧାନୀବାସୀ

By

Published : Jun 15, 2023, 3:01 PM IST

thumbnail

ଭୁବନେଶ୍ବର: ଆଜି ରଜ ସଂକ୍ରାନ୍ତି  । ରଜ ପାଇଁ ଉତ୍ସବ ମୁଖର ପୁରପଲ୍ଲୀ  । ରାଜଧାନୀରେ ଧୁମଧାମରେ ପାଳନ ହେଉଛି ରଜପର୍ବ । ଭୁବନେଶ୍ବର ସ୍ଥିର ରାଜ୍ୟ ସଂଗ୍ରହଳୟରେ ରଜ ପାଇଁ ବ୍ୟାପକ ଆୟୋଜନ ହୋଇଛି  । ମହୋତ୍ସବକୁ ଅଧିକ ଆକର୍ଷଣୀୟ କରିବା ପାଇଁ ସଂଗ୍ରହାଳୟରେ ସୁନ୍ଦର ସାଜ୍ଜସଜ୍ଜା ସହିତ ବିଭିନ୍ନ ସ୍ଥାନରେ ଦୋଳି ଲଗାଯାଇଛି । ସଂଗ୍ରହାଳୟର ଉଦ୍ୟାନକୁ ପୁରା ଗାଁ ପରିବେଶ ପରି ସଜାଯାଇଛି  । ଚାଷ କାର୍ଯ୍ୟରେ ବ୍ୟବହୃତ ହଳ ଲଙ୍ଗଳ ଓ କୁରାଢୀ ରଖାଯାଇଛି   । ଉଦ୍ୟାନ ମଝିରେ ମହାପ୍ରଭୁଙ୍କ ରଥ ଚକା ଓ ଚତୁର୍ଦ୍ଧା ମୂର୍ତ୍ତି ପରିବେଶକୁ ଆହୁରି ଆକର୍ଷଣୀୟ କରୁଛି । ସଂଗ୍ରହାଳୟ ଉଦ୍ୟାନରେ ଝିଅମାନେ ଦୋଳି ଖେଳି, ପାନ ଓ ପିଠା ଖାଇ ରଜ ସଂକ୍ରାନ୍ତିକୁ ପାଳୁଛନ୍ତି । ସଂଗ୍ରହାଳୟ ପରିସରରେ ରଜ ଗୀତ ଗୁଞ୍ଜରିତ ହେଉଛି । ମିଶନ ଶକ୍ତି ମାଆମାନଙ୍କ ଦ୍ବାରା ବିଭିନ୍ନ ଷ୍ଟଲ ଲାଗିଥିବା ବେଳେ ପିଠା ମିଠା ସହ ବିଭିନ୍ନ ପ୍ରକାର ସୁସ୍ବାଦୁ ଭୋଜନ ବିକ୍ରି ହେଉଛି । ତେଣୁ ଲୋକମାନେ ରଜ ବୁଲାବୁଲି ସହ ସୁସ୍ବାଦୁ ଭୋଜନ ଖାଇ ରଜ ମଉଜ କରୁଛନ୍ତି  ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.