ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନ: କଟକରେ ସ୍ୱଚ୍ଛତା ଉପରେ ଫୋକସ କଲେ ଅଶ୍ୱିନୀ ବୈଷ୍ଣବ

By ETV Bharat Odisha Team

Published : Sep 17, 2023, 10:41 PM IST

thumbnail

କଟକ: 74 ବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।  ମୋଦିଙ୍କ ଜନ୍ମଦିନ ଅବସରରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କଟକ ସହରର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇ ସ୍ୱଚ୍ଛତା ହିଁ ଶ୍ରେଷ୍ଠ ସେବା ଦିଗକୁ ତଦାରଖ କରିଛନ୍ତି । ତେବେ ଅପରାହ୍ନରେ ଭୁବନେଶ୍ୱରରୁ ମେମୁ ଟ୍ରେନ୍‌ ଯୋଗେ କଟକ ଆସି ପହଞ୍ଚି ଥିଲେ କେନ୍ଦ୍ରମନ୍ତ୍ରୀ । ଟ୍ରେନ୍‌ରେ ଯାତ୍ରୀଙ୍କ ସହିତ  ରେଳ ବିଭାଗର ସ୍ବଚ୍ଛତା ସମ୍ପର୍କରେ ଆଲୋଚନା କରିବା ସହ ଟ୍ରେନରେ ଯାତାୟାତ ସମୟରେ କୌଣସି ଅସୁବିଧା ଏବଂ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନାର ଶୁଭାରମ୍ଭ, ରେଳମନ୍ତ୍ରୀ କହିଲେ ରାଜ୍ୟରେ ୧ ଲକ୍ଷରୁ ଅଧିକ ହେବେ ଉପକୃତ

ତେବେ କେନ୍ଦ୍ରମନ୍ତ୍ରୀ କଟକ ଷ୍ଟେସନରେ ପହଞ୍ଚିବା ପରେ ଷ୍ଟେସନ ମାଷ୍ଟରଙ୍କଠାରୁ ଆରମ୍ଭ କରି ବିଭିନ୍ନ ବିଭାଗୀୟ ଅଧିକାରୀ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହାପରେ ସେ କଟକ ଷ୍ଟେସନର ବିଭିନ୍ନ ଦିଗ ଗସ୍ତକରି ରେଳବାଇର ସ୍ୱଚ୍ଛତା ସମ୍ପର୍କରେ ଅନୁଧ୍ୟାନ କରିବା ସହିତ ନିର୍ମାଣାଧୀନ କାର୍ଯ୍ୟକୁ ବୁଲି ଦେଖିଥିଲେ । ଏହାସହ କଟକ ବକ୍ସି ବଜାର ସ୍ଥିତ ମୁଖ୍ଯ ପୋଷ୍ଟ ଅଫିସ(ଜିପିଓ) ମଧ୍ୟ ପରିଦର୍ଶନ କରିଛନ୍ତି । ତେବେ ପୋଷ୍ଟ ଅଫିସ ବୁଲି ଦେଖିବା ସହ ସ୍ବଚ୍ଛତା ପ୍ରତି ଗୁରୁତ୍ବ ଦେବାକୁ ଆହ୍ବାନ ଦେବା ସହ ପୋଷ୍ଟ ଅଫିସ କର୍ମଚାରୀଙ୍କ ସହ ଆଲୋଚନା ମଧ୍ଯ କରିଥିଲେ । ଏହାସହ ପ୍ରତି ପୋଷ୍ଟ ଅଫିସକୁ ବ୍ୟାଙ୍କିଂ ନେଟୱର୍କରେ ପରିବର୍ତ୍ତନ କରାଯାଇଛି ବୋଲି କହିଛନ୍ତି ।

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.