ଦୁଇ ଦିନିଆ ପୁରୀ ଗସ୍ତ ଆସିବେ 5ଟି ସଚିବ, ଜିଲ୍ଲା ପ୍ରଶାସନର ଜୋରଦାର ପ୍ରସ୍ତୁତି
🎬 Watch Now: Feature Video
ପୁରୀ: ପୁରୀ ଜିଲ୍ଲା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ । ଅଗଷ୍ଟ ୧୭ ଓ ୧୮ତାରିଖରେ ପୁରୀ ଜିଲ୍ଲାର ବିଭିନ୍ନ ବ୍ଲକ ଗସ୍ତ କରିବାର କାର୍ଯ୍ୟକ୍ରମ 5ଟି ସଚିବଙ୍କ । ଅଗଷ୍ଟ ୧୮ ତାରିଖରେ ପୁରୀ ଜିଲ୍ଲା ପିପିଲି ଇନ୍ଦିରା ମୌଦାନରେ ଏକ ସାଧାରଣ ସଭାରେ ଯୋଗ ଦେବା ସହିତ ମିଶନ ଶକ୍ତି କାଫେ ବୁଲି ମିଶନ ଶକ୍ତି ମହିଳାଙ୍କ ସହିତ ଆଲୋଚନା କରିବେ 5ଟି ସଚିବ । ଭିକେ ପାଣ୍ଡିଆନଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଆଜି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, ଉପଜିଲ୍ଲାପାଳ ଭଵ ତାରଣ ସାହୁ, ପୁରୀ ଏସ୍ପି ଡକ୍ଟର କନୱର ଵିଶାଲ ସିଂ ପିପିଲି ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ପିପିଲି ବିଡିଓ ରଶ୍ମିତା ନାଥ, ତହସିଲଦାର ପୁନମ ମହାପାତ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । 2ଦିନ ଗସ୍ତ କାଳରେ ପିପିଲି ସମେତ କୃଷ୍ଣ ପ୍ରସାଦ, ବ୍ରହ୍ମଗିରି ବ୍ଲକରେ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବଙ୍କ କାର୍ଯ୍ୟକ୍ରମ ରହିଛି ।
ଇଟିଭି ଭାରତ, ପୁରୀ