ଗହଳି ଲଗାଇ ଆସୁଛି କାଳିଆ, ମହାପ୍ରଭୁଙ୍କୁ ଦେଖି ନାଚିଯାଉଛି ଭକ୍ତଙ୍କ ପାଦ

By

Published : Jun 28, 2023, 5:12 PM IST

thumbnail

ପୁରୀ: ନବଦିନାତ୍ମକ ଯାତ୍ରା ସାରି ରତ୍ନସିଂହାସନକୁ ଫେରୁଛନ୍ତି ମହାପ୍ରଭୁ । ସିଂହଦ୍ବାରରେ ଲାଗିଲା ମହାପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ରଥ । ପଛରେ ଆସୁଛି କାଳିଆ ସାଆନ୍ତଙ୍କ ନନ୍ଦିଘୋଷ ରଥ । ଭକ୍ତଙ୍କ ମେଳରେ ଗହଳି ଲଗାଇ ବଡ଼ଦାଣ୍ଡରେ ଧୀରେଧୀରେ ଆସୁଛନ୍ତି ମହାବାହୁ । ହଜାର ହଜାର ଭକ୍ତ ମହାପ୍ରଭୁଙ୍କ ରଥକୁ ଟାଣି ଟାଣି ନେଉଛନ୍ତି । 

ତାଙ୍କ ରଥ ଦଉଡ଼ିକୁ ଛୁଇଁ ଭାବବିହ୍ବଳ ହୋଇପଡ଼ିଛନ୍ତି ଭକ୍ତ । ଘଣ୍ଟ, ଶଙ୍ଖ ଓ ହୁଳହୁଳି ନାଦ ସାଙ୍ଗକୁ ଜୟ ଜଗନ୍ନାଥ ଧ୍ବନୀରେ ଉଛୁଳୁଛି ଶ୍ରୀକ୍ଷେତ୍ର ।  ରଥରେ ବିଶ୍ବନିୟନ୍ତାଙ୍କ ଦିବ୍ୟ ଦର୍ଶନ କରି କୃତାର୍ଥ ମନେ କରୁଛନ୍ତି ଭକ୍ତ । ଜଗାକୁ ଦେଖି ବଡ଼ଦାଣ୍ଡରେ ନାଚି ଉଠୁଛନ୍ତି ନର୍ତ୍ତକୀ । ଖାଲି ନର୍ତ୍ତକୀ କାହିଁକି କାଳିଆ ସୁନାକୁ ଦେଖି ଭକ୍ତଙ୍କ ପାଦ ମଧ୍ୟ ନାଚି ଯାଉଛି ।  ତେବେ ଚଳିତ ବର୍ଷ ସମସ୍ତ ନୀତିକାନ୍ତି ସଅଳ ଚାଲିଛି । ଏଥର ତିନି ଘଣ୍ଟା ଆଗରୁ ରଥ ଟଣା ଆରମ୍ଭ ହୋଇଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.