ମାଓ-ପୋଲିସ ଗୁଳିବିନିମୟ ନେଇ ଡ଼ିଆଇଜିଙ୍କ ସାମ୍ବାଦିକ ସମ୍ମିଳନୀ

By

Published : May 10, 2023, 11:03 PM IST

thumbnail

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଅନ୍ତର୍ଗତ ଟାପରେଙ୍ଗ  ଜଙ୍ଗଲରେ ସୁରକ୍ଷା କର୍ମୀ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଥିଲା।  ଏହି ଗୁଳିବିନିମୟରେ ୩ ଜଣ ମାଓବାଦୀ ନିହତ ହୋଇଥିବା ବେଳେ ଜଣେ SIW ଡ଼ିଏସପିଙ୍କ ମଧ୍ୟ  ଗୋଡ଼ରେ ଗୁଳିବାଜି ଥିଲା। ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି ଦକ୍ଷିଣ ପଶ୍ଚିମାଞ୍ଚଳ ଡ଼ିଆଇଜି ରାଜେଶ ପଣ୍ଡିତ। ଭବାନୀପାଟଣା ରିଜର୍ଭ ପୋଲିସ ପଡ଼ିଆରେ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏହି ସାମ୍ବାଦିକ ସମ୍ମିଳନୀ ରେ ପଶ୍ଚିମାଞ୍ଚଳ ଡ଼ିଆଇଜି ରାଜେଶ ପଣ୍ଡିତ,କଳାହାଣ୍ଡି ଏସପି ଅଭିଳାଷ ଜି ଉପସ୍ଥିତ ରହିଥିବା ବେଳେ ଗତକାଲି ପୋଲିସ ମାଓବାଦୀ ଗୁଳିବିନିମୟ ଘଟଣାର ସମ୍ପୂର୍ଣ୍ଣ ତଥ୍ୟ ରଖିଥିଲେ।  

ତେବେ ଡ଼ିଆଇଜି ଦେଇଥିବା ସୂଚନା ଅନୁଯାୟୀ ଗତକାଲି ସକାଳେ ଟାପରେଙ୍ଗ ଗାଁ ନିକଟରେ କଳାହାଣ୍ଡି କନ୍ଧମାଳ ବୌଦ୍ଧ ନୟାଗଡ଼ ଡିଭିଜନ ର ୩ ଜଣ ମାଓ କ୍ୟାଡ଼ର ଅସ୍ଥାୟୀ କ୍ୟାମ୍ପ କରିଥିବା ନେଇ ସୂଚନା ମିଳିଥିଲା । ଏନେଇ ପୋଲିସ ଟାପ୍ରେଙ୍ଗ ଗାଁ କୁ ଯାଇ ସର୍ଚ୍ଚ କରିବା ସମୟରେ ଟାପରେଙ୍ଗ ଗାଁ ପ୍ରାଥମିକ ସ୍କୁଲ ନିକଟରେ ମୁହାଁମୁହିଁ ହୋଇଥିଲେ ସୁରକ୍ଷା କର୍ମୀ ଓ ମାଓବାଦୀ। ପ୍ରଥମେ ମାଓବାଦୀ ଗୁଳି ଚାଳନା କରିଥିଲେ ପରେ ପୋଲିସ ମଧ୍ୟ ପାଲଟା ଗୁଳି ଚାଳନା କରିଥିଲା। ଆଉ ଏହି ଗୁଳିବିନିମୟ ରେ ଘଟଣା ସ୍ଥଳରେ ୨ ଜଣ ମାଓବାଦୀ ଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ମାଓବାଦୀ ଗୁରୁତର ହୋଇଥିଲେ । ସେହିପରି ଅପରେସନ କୁ ଲିଡ଼ କରୁଥିବା SIW ର ଡ଼ିଏସପି ଅତୁଳ ଦାସ ମଧ୍ୟ ଗୁରୁତର ହୋଇଥିଲେ। ପରେ ଉଭୟଙ୍କୁ ମେଡ଼ିକାଲ ରେ ଭର୍ତ୍ତି କରାଯାଇଥିଲା। ହେଲେ ମେଡ଼ିକାଲ ରେ ଅନ୍ୟ ଜଣେ ମାଓବାଦୀ ଙ୍କ ମୃତ୍ୟ ହୋଇଥିବା ବେଳେ ଡ଼ିଏସପି ଙ୍କୁ ବଲାଙ୍ଗୀର ଓ ପରେ ଭୁବନେଶ୍ୱର ମେଡ଼ିକାଲ କୁ ହେଲିକ୍ୟାପ୍ଟର ଯୋଗେ ସ୍ଥାନାନ୍ତର କରାଯାଇଥିଲା। ଏହି ଗୁଳିବିନିମୟ ପରେ ଅସ୍ଥାୟୀ କ୍ୟାମ୍ପ ରୁ ଅନେକ ମାଓ ସାମଗ୍ରୀ ଜବତ ହୋଇଥିବା ବେଳେ ଗୋଟିଏ AK47 ବନ୍ଧୁକ, ଦୁଇଟି ପିସ୍ତଲ, ୮ ଟି ଡେଟୋ ନେଟର ସମେତ ଅନେକ ମାଓ ବ୍ୟବହାର ସାମଗ୍ରୀ ଜବତ ହୋଇଛି। ଏଥି ସହ ମାଓ ପୁସ୍ତକକୁ ମଧ୍ୟ ଜବତ କରିଛି ପୋଲିସ। ସେହିପରି ମୃତ ୩ ଜଣ ମାଓବାଦୀ ଙ୍କ ବର୍ତ୍ତମାନ ସୁଦ୍ଧା ପରିଚୟ ମିଳି ପାରିନଥିବା ନେଇ ପୋଲିସ ସୂଚନା ଦେଇଛି।

ଇଟିଭି ଭାରତ, କଳାହାଣ୍ଡି 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.