ରାଷ୍ଟ୍ରପତିଙ୍କ ଶିଶୁଦିବସର ଶୁଭେଚ୍ଛା, ମାତାପିତା ଓ ମାତୃଭୂମିକୁ ସମ୍ମାନ ପାଇଁ ଦେଲେ ପରାମର୍ଶ

By

Published : Nov 14, 2022, 4:28 PM IST

Updated : Feb 3, 2023, 8:32 PM IST

thumbnail
ନୂଆଦିଲ୍ଲୀ: ଆଜି ଶିଶୁ ଦିବସ ତଥା ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜୟନ୍ତୀ (Children's Day) । ଏହି ଅବସରରେ ଦେଶର ଆଗାମୀ ଭବିଷ୍ୟତକୁ ଏହି ଦିବସର ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ (President greets Happy children's Day) । ରାଜଧାନୀ ଦିଲ୍ଲୀରେ ଏହି ଅବସରରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ କୁନି କୁନି ପିଲାମାନେ ଏଥିରେ ସାମିଲ ହୋଇଥିଲେ । ରାଷ୍ଟ୍ରପତି ଅଭିଭାଷଣ ରଖି କହିଛନ୍ତି ଯେ ଆଜିର କୁନି ପିଲା କମ୍ପ୍ୟୁଟର ଯୁଗର ପିଲା । ଟେକ୍ନୋଲୋଜିର ବିକାଶ ପରେ ଏବେ କୁନିପିଲାଙ୍କ ଆଙ୍ଗୁଳି ଟିପରେ ଖବର ଓ ବୁଦ୍ଧି ରହିଛି । ଏଣୁ ମହତ୍ତ୍ବପୂର୍ଣ୍ଣ କଥା ହେଉଛି ସେମାନଙ୍କୁ ସଠିକ ଶିକ୍ଷା ଦିଆଯିବା ଆବଶ୍ୟକ । ଆଜିର ଦିନ ସ୍ବତନ୍ତ୍ର ରହିଥିବା ବେଳେ କୁନିପିଲାଙ୍କ ପବିତ୍ରତା ଓ କୋମଳଭାବକୁ ଆମେ ପାଳନ କରିଥାଉ । ନିଜ ମାତାପିତାଙ୍କୁ ସମ୍ମାନ କରିବା ସହ ଭାରତର ସଂସ୍କୃତିର ପ୍ରଚାର ସହାୟ ହେବା ପାଇଁ କୁନିପିଲାଙ୍କୁ ରାଷ୍ଟ୍ରପତି ପରାମର୍ଶ ଦେଇଛନ୍ତି ।
Last Updated : Feb 3, 2023, 8:32 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.