thumbnail

By

Published : Jul 25, 2023, 8:37 PM IST

ETV Bharat / Videos

President In Odisha: ମାଟିର ମଣିଷଙ୍କୁ ଦେଖି ଆତ୍ମବିଭୋର ରାଷ୍ଟ୍ରପତି; ଗାଡିରୁ ଓହ୍ଲାଇଲେ, ପାଦରେ ଚାଲି ଚାଲି ଯାଇ ଲୋକଙ୍କ ସହ ମିଶିଲେ

ଭୁବନେଶ୍ବର: ମାଟିର ମଣିଷଙ୍କୁ ଦେଖି ଆତ୍ମବିଭୋର ପିପୁଲ୍ସ ପ୍ରେସିଡେଣ୍ଟ ମାଡାମ ଦ୍ରୌପଦୀ ମୁର୍ମୁ । ସେଥିପାଇଁ ଜନୀନ ଜନ୍ମଭୂମି ଓଡିଶା ମାଟିରେ ପାଦ ଦେଉ ଦେଉ ବୁଲେଟପ୍ରୁଫ ଗାଡି ଏସପିଜି ବ୍ଲୁବୁକ ସୁରକ୍ଷାକୁ ଏଡାଇ ଯାଇ ନିଜର ଲୋକଙ୍କ ସହ ମିଶିଥିଲେ । ରାସ୍ତାପାର୍ଶ୍ବରେ  ଛିଡା ହୋଇ ମହାମହିମଙ୍କୁ ସ୍ବାଗତ କରୁଥିବା କଳାକାର, ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ, କୁନି କୁନି ଛାତ୍ରଛାତ୍ରୀ ଓ ସର୍ବୋପରି ସାଧାରଣ ଜନତାଙ୍କ ସହ ମିଶିଥିଲେ ରାଷ୍ଟ୍ରପତି । ବିମାନ ବନ୍ଦରରୁ ରାଜଭବନ ଯିବା ରାସ୍ତାରେ ରାଷ୍ଟ୍ରପତି ଗାଡିରୁ ଓହ୍ବାଇ ଲୋକଙ୍କ ଅଭିବାଦନ ଗ୍ରହଣ କରିବା ସହିତ, ହାତ ଯୋଡି ନମସ୍କାର କରି କେମିତି ଅଛନ୍ତି ବୋଲି ପଚାରିଥିଲେ ରାଷ୍ଟ୍ରପତି । 

କୁନି କୁନି ପିଲାଙ୍କୁ ସ୍ନେହ ବାଣ୍ଟିଥିଲେ । ମହାମହିମ ରାଷ୍ଟ୍ରପତିଙ୍କୁ ଏତେ ପାଖରୁ ଦେଖି ସମସ୍ତେ ଖୁସିରେ ଆତ୍ମବିଭୋର ହେବା ସହ ଅନୁଭୂତି ବାଣ୍ଟିଥିଲେ ।  ତିନି ଦିନିଆ ଓଡିଶା ଗସ୍ତରେ ଆସି ଭୁବନେଶ୍ବରରେ ପହଞ୍ଚିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସଂଧ୍ୟା 6ଟା ରେ ବାୟୁସେନାର ସ୍ବତନ୍ତ୍ର ବିମାନ ଯୋଗେ ଆସି ଭୁବନେଶ୍ବର ବିଜୁ ପଟ୍ଟନାୟକ  ବିମାନ ବନ୍ଦରରେ ଅବତରଣ କରିଥିଲେ ରାଷ୍ଟ୍ରପତି । ବିମାନ ବନ୍ଦରରେ ମହାମହିମଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । 

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଏସ ମୁରଲୀଧରନ, ଭୁବନେଶ୍ବର ମେୟର ସୁଲୋଚନା ଦାସ, ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ପୋଲିସ ମହାନିର୍ଦ୍ଦେଶକ ସୁନିଲ ବଶଂଲ ପ୍ରମୁଖ ରାଷ୍ଟ୍ରପତିଙ୍କୁ  ସ୍ବାଗତ କରିଛନ୍ତି । ପରେ ରାଷ୍ଟ୍ରପତି ବିମାନ ବନ୍ଦରରୁ ସ୍ବତନ୍ତ୍ର କାରକେଡରେ ସିଧା ସଳଖ ରାଜଭବନ ଯାଇଥିଲେ । ରାଜଭବନରେ ରାତ୍ରି  ଯାପନ କରିବେ ।

ଏହାବି ପଢନ୍ତୁ-  President Odisha Visit: ଭୁବନେଶ୍ୱରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

For All Latest Updates

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.