ବିଜେଡି ନେତା ଓ କର୍ମୀଙ୍କ ବିଧାୟକଙ୍କ ବିରୋଧରେ ମେଳି - ସାଧାରଣ ନିର୍ବାଚନ

🎬 Watch Now: Feature Video

thumbnail

By ETV Bharat Odisha Team

Published : Nov 5, 2023, 9:07 PM IST

ବୌଦ୍ଧ: ସାଧାରଣ ନିର୍ବାଚନ ପୂର୍ବରୁ କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଶାସକ ବିଜେଡ଼ି ଦଳରେ ବିବାଦ ତେଜିବାରେ ଲାଗିଛି । ବିଶେଷ ଭାବରେ ବିଜେଡି, ବିଜେପି ଓ କଂଗ୍ରେସ ଭଳି ରାଜନୈତିକ ଦଳର ତୁଙ୍ଗ ନେତାମାନେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି । ତେବେ ଜିଲ୍ଲାର କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ବିଜେଡି ଦଳ ଗତ ୨୦୦୯ ମସିହାରେ ସ୍ବତନ୍ତ୍ର କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ଗଠନ ଠାରୁ ଲଗାତାର ଦଖଲରେ ରଖି ଆସିଛି । ଗତ ସାଧାରଣ ନିର୍ବାଚନରେ ବିଜେପିର ବିଧାୟକ ପ୍ରାର୍ଥୀ କହ୍ନେଇ ଚରଣ ଡାଙ୍ଗଙ୍କୁ ଅଳ୍ପ ଭୋଟ ବ୍ୟବଧାନରେ ହରାଇ ବିଜେଡି ଦଳର ମହୀଧର ରଣା ଦ୍ବିତୀୟ ଥର ପାଇଁ କଣ୍ଟାମାଳ ବିଧାୟକ ହୋଇଥିଲେ । ତେବେ ସାମ୍ପ୍ରତିକ ସମୟରେ କଣ୍ଟାମାଳ ବିଜେଡି ଦଳରେ ବିଦ୍ରୋହ ପରିଲକ୍ଷିତ ହୋଇଛି । ସେହିପରି କଣ୍ଟାମାଳ ବିଧାୟକଙ୍କୁ ଖୋଲାଖୋଲି ବିକାଶର ପ୍ରସଙ୍ଗରେ ସ୍ଥାନୀୟ ନେତାମାନେ ବିରୋଧ କରିବା ଆରମ୍ଭ କରିଛନ୍ତି । 

   ଏହା ମଧ୍ୟ ପଢନ୍ତୁ- 2024 Election: ନିର୍ବାଚନ ବୈତରଣୀ ପାର ହେବାକୁ ରଣନୀତି ପ୍ରସ୍ତୁତ କଲା ବିଜେପି

ତେବେ ଗତ କିଛି ଦିନ ତଳେ ବିଜେଡି ଦଳର ଏହି ବିରୋଧକୁ ନେଇ ବିଧାୟକ ମହୀଧର ରଣା ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ପରେ ଆଜି ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥଙ୍କ ଅଧ୍ୟକ୍ଷତାରେ ଘିକୁଣ୍ଡି ପଞ୍ଚାୟତ ହାତୀପାଲି ଠାରେ ଏକ ବିଶାଳ ସମାବେଶର ଆୟୋଜନ କରାଯାଇଥିଲା । ଏଠାରେ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ବହୁ ପୁରୁଖା ବିଜେଡି ନେତା ଓ କର୍ମୀ ବିଧାୟକଙ୍କ ବିରୋଧରେ ବିକାଶକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ । ତେବେ କାର୍ଯ୍ୟକ୍ରମରେ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତର ନିର୍ବାଚିତ ଜନ ପ୍ରତିନିଧି, ପୂର୍ବତନ ଜନ ପ୍ରତିନିଧି, ବୁଦ୍ଧିଜୀବୀ, ନାଗରିକ ତଥା ଶହ ଶହ ଲୋକେ ଯୋଗ ଦେଇଥିଲେ । ଆଗାମୀ ଦିନରେ ଏହି ବିଧାୟକ ବିରୋଧୀ ଆନ୍ଦୋଳନ ଜାରି ରହିବ ବୋଲି ସୂଚନା ମିଳିଛି ।

ଇଟିଭି ଭାରତ, ବୌଦ୍ଧ 

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.