Opposition Meeting: ପତାକାମୟ ବେଙ୍ଗାଲୁରୁ, ରାସ୍ତାରେ ଉଡୁଛି ମାଳ ମାଳ ନେତାଙ୍କ ଫ୍ଲାଗ

By

Published : Jul 18, 2023, 8:59 PM IST

thumbnail

ବେଙ୍ଗାଲୁରୁ: ବିରୋଧୀ ମହାମେଣ୍ଟ 'INDIA'ର ଆଜି ଦ୍ବିତୀୟ ବୈଠକ ରହିଥିଲା । ଏଥିଲାଗି ଗତକାଲିଠାରୁ ବେଙ୍ଗାଲୁରୁରେ ପହଞ୍ଚିଥିଲା ଅନେକ ଦଳୀୟ ନେତା । ପ୍ରାୟ ୨୬ ଦଳର ନେତା ବିରୋଧୀ ମହାମେଣ୍ଟରେ ସାମିଲ ହୋଇଥିଲେ । ତେବେ ବିରୋଧୀ ମହାମେଣ୍ଟ ବୈଠକ ଲାଗି ଆଜି ପତାକାମୟ ହୋଇଥିଲା ବେଙ୍ଗାଲୁରୁ  । ସହରର ବିଭିନ୍ନ ସ୍ଥାନରେ ଦଳୀୟ ପତାକା ଦେଖିବାକୁ ମିଳିଥିଲା  । ଏହି ପତାକାରେ ସମସ୍ତ ଦଳର ମୁଖ୍ୟଙ୍କ ଫଟୋ ରହିଥିଲା  । ବିରୋଧୀ ମହାମେଣ୍ଟର ଦ୍ବିତୀୟ ବୈଠକ ତାଜ ୱେଷ୍ଟ ଆଣ୍ଡ ହୋଟେଲର ଅନୁଷ୍ଠିତ ହୋଇଥିଲା  । ତେବେ ଏହି ବୈଠକରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଅଧ୍ୟକ୍ଷତା କରିଥିଲେ । ନେତାମାନଙ୍କୁ ସ୍ବାଗତ କରିବା ଲାଗି ଇଂରାଜୀରେ ବାର୍ତ୍ତା ଲେଖାଯାଇଥିଲା । ବେଙ୍ଗାଲୁରୁ ସ୍ଥିତ HAL ଏୟାରପୋର୍ଟରେ ପହଞ୍ଚିବା ପରେ ସମସ୍ତ ନେତା ହୋଟେଲ ଅଭିମୁଖେ ବାହାରିଥିଲେ । ସୋମବାର ସେମାନେ ହୋଟେଲରେ ପହଞ୍ଚିବା ପରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ସେମାନଙ୍କ ଲାଗି ଏକ ନୈଶ୍ୟ ଭୋଜନର ଆୟୋଜନ କରିଥିଲେ । ତେବେ ଆଜି ବିରୋଧୀ ମହାମେଣ୍ଟ ବୈଠକରେ ମେଣ୍ଟର ନାଁ ଘୋଷଣା ହୋଇଥିଲା ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.