ଓଲଟିଲା ପୋଲିସ ଗାଡି, ଟେନ୍ସା ଫାଣ୍ଡି ଅଧିକାରୀ ସମେତ ୪ ଗୁରୁତର

By ETV Bharat Odisha Team

Published : Nov 20, 2023, 8:24 PM IST

thumbnail

ରାଉରକେଲା: ସୁନ୍ଦରଗଡରେ ଓଲଟିଲା ପୋଲିସ ଗାଡି । ରାତ୍ର ପାଟ୍ରୋଲିଂ ବେଳେ ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହେଲା ପୋଲିସ ଭ୍ୟାନ । ଟେନ୍ସା ପୋଲିସ ଫାଣ୍ଡି ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି । ଆଜି (ସୋମବାର) ଭୋର ସମୟରେ ନାଇଟ ପାଟ୍ରୋଲିଂ ସାରି ଫାଣ୍ଡିକୁ ଫେରିବା ସମୟରେ ଜିରୋ ପଏଣ୍ଟ ନିକଟରେ ଗାଡିଟି ଦୁର୍ଘଟଣାଗ୍ରସ୍ତ ହୋଇଛି ।ଏଥିରେ ଟେନ୍ସା ଫାଣ୍ଡି ଅଧିକାରୀ ସୁଦର୍ଶନ ଦେହୁରୀ ସମେତ ୪ ଜଣ ପୋଲିସ କର୍ମଚାରୀ ଗୁରୁତର ହୋଇଛନ୍ତି । ଆହତମାନଙ୍କୁ ଚିକିତ୍ସା ପାଇଁ ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ଟେନ୍ସା ପୋଲିସ ରାତ୍ର ସମୟରେ, ଜିରୋ ପଏଣ୍ଟ, ଡେଙ୍ଗୁଳା, ବରସୁଆ ସମେତ ଟେନ୍ସାର ବିଭିନ୍ନ ଅଞ୍ଚଳରେ ରାତି ସାରା ପାଟ୍ରୋଲିଂ କରିଥିଲା । ଏହା ପରେ ଭୋର ୪ଟା ସମୟରେ ପାଣ୍ଡିକୁ ଫେରିବା ବେଳେ କୌଣସି କାରଣରୁ ଗାଡିଟି ଜିରୋ ପଏଣ୍ଟ ଅଞ୍ଚଳରେ ହଠାତ ଗାଡିଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଏଥିରେ ଗାଡ଼ିରେ ଥିବା ପୋଲିସ କନେଷ୍ଟବଳ ଏବଂ ଫାଣ୍ଡି ଅଧିକାରୀ ଗୁରୁତର ଆହତ ହୋଇଛନ୍ତି । ତେବେ କେଉଁ କାରଣରୁ ଗାଡ଼ିଟି ଓଲଟିଲା ସେନେଇ ତଦନ୍ତ ଜାରି ଆରମ୍ଭ କରିଛି ପୋଲିସ ।


ଏହା ମଧ୍ୟ ପଢନ୍ତୁ.....ବିହାରରେ ବାଲି ମାଫିଆଙ୍କ ଆତଙ୍କ: ଯାଞ୍ଚ ବେଳେ ପୋଲିସ ଗାଡିକୁ ଧକ୍କା, SI ମୃତ

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.