thumbnail

ମୋଦିଙ୍କ ରୋଡ ଶୋ' ପାଇଁ ଅଟକିଲା ବରଯାତ୍ରୀ, ରାଗିଗଲେ ବର

By

Published : Apr 29, 2023, 10:47 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ରୋଡ ଶୋ' ଲାଗି ଅଟକିଥିଲା ବରଯାତ୍ରୀ । ଏହାପରେ ରାଗିଯାଇଛନ୍ତି ବର ବେଶରେ ଥିବା ଯୁବକ । ଗାଡ଼ିରୁ ଓହ୍ଲାଇ ପୋଲିସ ସହ ଯୁକ୍ତିତର୍କ କରିବା ପରେ ଶେଷରେ ତାଙ୍କ ଗାଡ଼ିକୁ ଛାଡ଼ିଥିଲା ପୋଲିସ । କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ଲାଗି ପ୍ରଚାର ପାଇଁ ଆଜି ପ୍ରଧାନମନ୍ତ୍ରୀ ଏହି ଦକ୍ଷିଣ ରାଜ୍ୟକୁ ଗସ୍ତ କରିଥିଲେ । ତେବେ ନାଇସ ରୋଡ ଜଙ୍କସନଠାରୁ ସୁମନାହଲ୍ଲି ସର୍କଲ ପର୍ଯ୍ୟନ୍ତ ମୋଦିଙ୍କ ରୋଡ ଶୋ' ରହିଥିଲା । ଏହି ରୋଡ ଶୋ'ରେ ଯେପରି କୌଣସି ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ନହୁଏ ସେଥିଲାଗି ଏହି ରାସ୍ତାରେ ପୋଲିସ ଫୋର୍ସ ମୁତୟନ ରହିଥିଲେ । ଏହି ସମୟରେ ମ୍ୟାରେଜ ହଲକୁ ବରଯାତ୍ରୀ ଗାଡ଼ି ଯାଉଥିଲା । ଆଉ ପୋଲିସ ସେମାନଙ୍କୁ ଅଟକାଇଥିଲା । ଏହାପରେ ବର ରୁଦ୍ରେଶ ରାଗିଯାଇଥିଲେ । ବରଯାତ୍ରୀମାନେ ମଧ୍ୟ ଗାଳିଗୁଲଜ କରିଥିଲେ । ଶେଷରେ ପୋଲିସ ସହ କଥାବାର୍ତ୍ତା କରିବା ପରେ ତାଙ୍କୁ ଗାଡ଼ିକୁ ଛାଡ଼ିଥିଲା ପୋଲିସ । 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.