ବିହାରରେ ପୁଣି ଟ୍ରାଜେଡି: ଦବିଗଲା ନିର୍ମାଣାଧୀନ ପୋଲ

🎬 Watch Now: Feature Video

thumbnail

ପାଟନା: ପୋଲ ଟ୍ରାଜେଡି ପାଇଁ ଚର୍ଚ୍ଚାରୁ ହଟୁନି ବିହାର । କିଛି ଦିନ ତଳେ ସୁଲତାନଗଞ୍ଜରେ ଗଙ୍ଗାନଦୀ ଉପରେ ନିର୍ମାଣାଧୀନ ଏକ ପୋଲ ଭୁଶୁଡି ପଡିବା ଘଟଣାର ତଦନ୍ତ ଜାରି ରହିଥିବା ବେଳେ ଏବେ ପୁଣି ରାଜ୍ୟରେ ଆଉ ଏକ ପୋଲର ଖମ୍ବ ଦବିଯାଇଛି । କିଶନଗଞ୍ଜ ଜିଲ୍ଲାରୁ କଟିହାରକୁ ସଂଯୋଗ କରିବା ପାଇଁ ମେଚୀ ନଦୀ ଉପରେ ନିର୍ମାଣାଧୀନ ଏହି ପୋଲର ନଦୀରେ ମଧ୍ୟଭାଗରେ ଥିବା ଖମ୍ବଟି ଦବି ଯାଇଛି । ଫଳରେ ପୋଲର ମଝି ଭାଗଟି ମଧ୍ୟ ଦବି ଯାଇଛି । ଅଘଟଣରେ କେହି ମୃତାହତ ହୋଇନଥିବା ବେଳେ ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ଚଳିତ ମାସ 4 ତାରିଖରେ ଭାଗଲପୁରରେ ଅଗଓ୍ବାନୀରୁ ସୁଲତାନଗଞ୍ଜକୁ ସଂଯୋଗ କରିବା ପାଇଁ ନିର୍ମାଣାଧୀନ ପୋଲଟି ଭୁଶୁଡି ପଡିବା ସହ ଏହାର ଅଧାରୁ ଅଧିକାଂଶ ଅଂଶ ନଦୀଗର୍ଭରେ ଲୀନ ହୋଇଯାଇଥିଲା । ଏହି ପୋଲର ନିର୍ମାଣ କାର୍ଯ୍ୟ ପ୍ରାୟତଃ ଶେଷ ହୋଇଥିବା ବେଳେ ଡିସେମ୍ବରରେ ଲୋକାର୍ପିତ ହୋଇଥାଆନ୍ତା । ତେବେ ଅଘଟଣ ପରେ ଏହାକୁ ନିମ୍ନମାନର କାର୍ଯ୍ୟ ଦର୍ଶାଇ ବିରୋଧୀ ନୀତିଶ ସରକାରକୁ ଘେରିଥିଲେ । ଯାହାର ତଦନ୍ତ ଏବେ ମଧ୍ୟ ଜାରି ରହିଥିବା ବେଳେ ରାଜ୍ୟରେ ଆଉ ଏକ ପୋଲର ନିର୍ମାଣରେ ବ୍ୟାପକ ନିମ୍ନମାନର କାର୍ଯ୍ୟର ସ୍ପଷ୍ଟ ଉଦାହରଣ ସାମ୍ନାକୁ ଆସିଛି ।  

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.