thumbnail

By

Published : Aug 2, 2023, 5:43 PM IST

ETV Bharat / Videos

ଲଗାଣ ବର୍ଷାରେ ସ୍ଥିତି ବେହାଲ: ଘରେ ପଶିଲା ପାଣି, ନାଳକୁ ଖସି ପଡ଼ିଲା କାର

ଢେଙ୍କାନାଳ: ଗତରାତିରୁ ଲଗାଣ ବର୍ଷାରେ ସ୍ଥିତି ବେହାଲ ହୋଇପଡିଛି । ପାହାଡ଼ର ପାଣି ଗ୍ରାମରେ ପଶିବା ଫଳରେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ । କଙ୍କଡାହାଡ- କେନ୍ଦୁଝର ମୁଖ୍ୟରାସ୍ତାରେ ୨ ଫୁଟ ଉଚ୍ଚର ପାଣି । ଏଭଳି ବନ୍ୟା ପରିସ୍ଥିତି ସୃଷ୍ଟିହୋଇଛି ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ ବାହାଡାପାଳ ଗ୍ରାମରେ । ଗତ ରାତିଠାରୁ ଲଗାଣ ବର୍ଷା ଯୋଗୁଁ ଏକୁଲ ପାହାଡର ପଣି ଆସି ପାହାଡର ପାଦଦେଶରେ ଥିବା ବାହାଡାପାଳ ଗ୍ରାମରେ ବନ୍ୟା ପରିସ୍ଥିତି ସୃଷ୍ଟିହୋଇଛି । ଗ୍ରାମ ରାସ୍ତାରେ ୨ ଫୁଟ ଉଚ୍ଚର ପାଣି ଆସିବା ସହ ଘର ଭିତରକୁ ପାଣି ପଶିବାରେ ଲାଗିଲାଣି । ପାହାଡି ପାଣିରେ ସରିସୃପ ଭାସିଆସି ଘରେ ପଶିବାର ସମ୍ଭାବନା ନେଇ ଲୋକମାନେ ଭୟଭୀତ ଅବସ୍ଥାରେ ଅଛନ୍ତି ।  

ଏହା ମଧ୍ୟ ପଢ଼ନ୍ତୁ...ବୌଦ୍ଧରେ ସର୍ବାଧିକ ବର୍ଷା, ବନ୍ୟା ସୁରକ୍ଷା ପ୍ରକଳ୍ପରେ ବିରାଟକାୟ ଘାଇ

ସେପଟେ ଲଗାଣ ବର୍ଷା ଜାରି ରହିଥିବା ବେଳେ ଭାରସାମ୍ୟ ହରାଇ ପୋଲରୁ ଏକ କାର ରାସ୍ତାପାର୍ଶ୍ବ ନାଳକୁ ଖସି ପଡିଥିବା ଜଣାପଡ଼ିଛି । କାରରେ ଥିବା ଜଣେ ଡ୍ରାଇଭରଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଢେଙ୍କାନାଳ ଗନ୍ଦିଆ- ବିଧାରପୁର ନିକଟରେ ଏଭଳି ଘଟିଥିବା ଜଣାପଡ଼ିଛି । ତେବେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି କାରଟିକୁ ନାଳ ପାଣିରୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରଖିଛନ୍ତି । ମିଳିଥିବା ସୂଚନା ଅନୁସାରେ ଜ୍ୟୋତିରଞ୍ଜନ ବେହେରା ନାମକ ବ୍ୟକ୍ତି ତାଙ୍କ ନିଜ କାରରେ ନୂଆ ଡ୍ରାଇଭିଂ ଶିଖୁଥିଲେ । ତେବେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ରାସ୍ତାଘାଟ ଚାରିଆଡେ ପାଣି ଚାଲୁଥିବାବେଳେ କାରଟି ଭାରସାମ୍ୟ ହରାଇ ପୋଲରୁ ତଳକୁ ଖସି ପଡ଼ିଛି ।

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.