ଏସ୍‌ସିବିରେ ଲହଡୀ ମାରୁଛି ପାଣି, ପୋଷ୍ଟମଟର୍ମ କାର୍ଯ୍ୟ ଠପ

By ETV Bharat Odisha Team

Published : Dec 4, 2023, 6:35 PM IST

thumbnail

କଟକ: ଏସ୍‌ସିବି ମେଡିକାଲ ମୃତଦେହ ବ୍ୟବଚ୍ଛେଦ ଗୃହ ସାମ୍ନାରେ ଡ୍ରେନ୍‌ ପାଣି । ପାଣି ପାଇପ୍ ଫାଟି ଥିବାରୁ ମୃତଦେହ ବ୍ୟବଛେଦ ଗୃହ ଆଗରେ ପାଣି ଲହଡ଼ି ମାରୁଥିବା ଦେଖିବାକୁ ମିଳିଛି । ଯାହା ଫଳରେ ମୃତଦେହ ବ୍ୟବଚ୍ଛେଦ ସେବା ଠପ ହୋଇଛି । 2 ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ବ୍ୟବଚ୍ଛେଦ କାର୍ଯ୍ୟ ବନ୍ଦ ରହିଥିଲା । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ମୃତକଙ୍କ ବ୍ୟବଚ୍ଛେଦ ହେଇ ନପାରିବରୁ ପରିବାର ଲୋକ ଅସନ୍ତୋଷ ଜାହିର କରିଛନ୍ତି ।  

ରାଜ୍ୟର ବଡ଼ ମେଡିକାଲ ହେଉଛି ଏସସିବି । ମେଡିକାଲ ସମ୍ପ୍ରସାରଣ କାର୍ଯ୍ୟ ପାଇଁ ଏହା ହୋଇଥାଇ ପାରେ । ଏଭଳି ସ୍ଥିତି କଣ ପାଇଁ ହୋଇଛି ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି କହିଛନ୍ତି ଏସ୍‌ସିବି ମେଡିକାଲ ଜରୁରୀକାଳୀନ ଅଧିକାରୀ । ତେବେ ଯେଉଁ ଅବବ୍ୟସ୍ଥା ସୃଷ୍ଟି ହୋଇଛି ତାହାର ସମାଧାନ ପାଇଁ ବ୍ୟବଛେଦ ଗୃହ ନିକଟରେ ଥିବା ଆନାଟୋମି (ଶରୀର ଗଠନ ବିଭାଗ)ରେ ମୃତଦେହ ବ୍ୟବଚ୍ଛେଦ ପ୍ରକ୍ରିୟା ଆରମ୍ଭ ହେଇଛି । ଯେଉଁ ମର ଶରୀରଗୁଡିକ ଆଜି ପୋଷ୍ଟମଟର୍ମ ହେବା ପାଇଁ ପଞ୍ଜିକରଣ ହେଇଛି ତାହା ଆନାଟୋମି ବିଭାଗରେ କରାଯିବ । କାରଣ ବ୍ୟବଚ୍ଛେଦ ଗୃହଠାରୁ ଡକ୍ଟରଙ୍କ ଚ୍ୟାମ୍ବର ପର୍ଯ୍ୟନ୍ତ ପାଣି ଏବେବି ରହିଛି । ତେଣୁ ଯେପର୍ଯ୍ୟନ୍ତ ବ୍ୟବଚ୍ଛେଦ ଗୃହ ନିକଟ ପାଇପ ମରାମତି କାର୍ଯ୍ୟ ଶେଷ ନହୋଇଛି  ଓ ତମାମ ଅସୁବିଧା ଦୂର ନହୋଇଛି ସେ ପର୍ଯ୍ୟନ୍ତ ଆନାଟୋମି ବିଭାଗରେ ବ୍ୟବଚ୍ଛେଦ କାର୍ଯ୍ୟ ଜାରି ରହିବ ବୋଲି କହିଛନ୍ତି ମେଡିକାଲ କତ୍ତୃପକ୍ଷ ।

ଏହା ମଧ୍ୟ ପଢ଼ନ୍ତୁ.......SCBରେ ଅଚଳ ସିଟି ସ୍କାନ ମେସିନ୍, ହନ୍ତସନ୍ତ ରୋଗୀ

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.