thumbnail

କେରଳରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ, ଲୋକାରଣ୍ୟ ହେଲା ରୋଡ ସୋ

By ETV Bharat Odisha Team

Published : Jan 3, 2024, 6:44 PM IST

People shower flower petals on PM Narendra Modi in Thrissur: ଥିରୁଅନନ୍ତପୁରମ: ଉତ୍ତରରୁ ଦକ୍ଷିଣ ସବୁଠି ଆଦୃତ ମୋଦି ବାମଗଡରେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତାର ସ୍ପଷ୍ଟ ଝଲକ । କେରଳର ଥ୍ରୀସୁରରେ ଆଜି ପ୍ରଧାନମନ୍ତ୍ରୀ ମୋଦି ରୋଡସୋ’ କରିବା ସହ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି । ଉଭୟ କାର୍ଯ୍ୟକ୍ରମରେ ଲକ୍ଷାଧିକ ଲୋକଙ୍କ ସମାଗମ ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ ପ୍ରଥମେ ଥ୍ରୀସୁର ସହରରେ ରୋଡ ସୋ’ କରିବା ପରେ କାର୍ଯ୍ୟକ୍ରମ ସ୍ଥାନରେ ପହଞ୍ଚିଥିଲେ । ରୋଡ ସୋ’ ବେଳେ ହଜାର ହଜାର କେରଳବାସୀ ରାସ୍ତାର ଉଭୟପାର୍ଶ୍ବରେ ପ୍ରଧାନମନ୍ତ୍ରୀଙ୍କ ଉପରେ ପୁଷ୍ପ ବର୍ଷା କରିଥିଲେ । କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ରୋଡ ସୋ’ ଶେଷ ହୋଇଥିଲା । ଏହା ପରେ ପ୍ରଧାନମନ୍ତ୍ରୀ ଥ୍ରୀସୁରରେ ଆୟୋଜିତ ବିଜେପି ମହିଳା ସମାବେଶକୁ ମଧ୍ୟ ସମ୍ବୋଧିତ କରିଛନ୍ତି । କାର୍ଯ୍ୟକ୍ରମରେ ହଜାର ହଜାର ମହିଳାଙ୍କ ଭିଡ ମଧ୍ୟ ଦେଖିବାକୁ ମିଳିଛି । ଦେଶର ଦକ୍ଷିଣତମ ରାଜ୍ୟ କେରଳରେ ବିଜେପିର ପ୍ରତିନିଧିତ୍ବ ଆଦୌ ନାହିଁ । ରାଜ୍ୟପାଳ ଅରିଫ ମହମ୍ମଦ ଖାନ ଓ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ମଧ୍ୟରେ ତିକ୍ତତା ମଧ୍ୟ ଜାରି ରହିଛି । ଏସବୁ ସ୍ଥିତି ସତ୍ତ୍ବେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କର ଲୋକପ୍ରିୟତା କିନ୍ତୁ ରାଜ୍ୟରେ ସ୍ପଷ୍ଟ ଦୃଶ୍ୟମାନ ହୋଇଛି ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.