thumbnail

ଖରାରେ ସିଝୁଛି ଝାରସୁଗୁଡ଼ା ସହର

By

Published : Apr 11, 2023, 8:03 PM IST

ଝାରସୁଗୁଡା: ଦୁଇ ଦିନ ମଧ୍ୟରେ ରାଜ୍ୟର ଉତ୍ତପ୍ତ ସହର ଝାରସୁଗୁଡ଼ା ।  ସକାଳ ୧୧ଟାରୁ ରାସ୍ତାଘାଟ ସୁନସାନ । ଏପ୍ରିଲ ପହିଲାରୁ ଖରାର ପ୍ରକୋପ ବଢ଼ିବାରେ ଲାଗିଥିବାରୁ ଅତିଷ୍ଠ ହୋଇପଡ଼ିଛନ୍ତି ସହରବାସୀ । ଏନେଇ ରାସ୍ତା କଡ଼ରେ ପ୍ରଶାସନ ତରଫରୁ ଜଳଛତ୍ରର ସୁବିଧା କରାଗଲେ ଲୋକେ କିଛି ମାତ୍ରାରେ ତ୍ରାହି ପାଇ ପାରିବେ । ଏବେଠୁ ୪୦ ଡିଗ୍ରୀ  ପାର ହୋଇଥିବା ବେଳେ  ଆଜିଠୁ ତାତି ଆହୁରି ବଢିବ । ସେହିପରି ଆସନ୍ତା ୨ରୁ ୩ ଦିନ ମଧ୍ୟରେ କିଛି ସ୍ଥାନରେ ଦିନ ତାପମାତ୍ରାରେ ୨ରୁ ୩ ଡିଗ୍ରୀ ବୃଦ୍ଧି ହୋଇପାରେ ।  

ଗତକାଲି ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟର ତାପମାତ୍ରା ୪୦ ଡିଗ୍ରୀ ଟପିଥିଲା । ଝାରସୁଗୁଡ଼ାରେ ସର୍ବୋଚ୍ଚ ତାପମାତ୍ରା ପାଖାପାଖି ୩୭ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି । ତେବେ ଜନଜୀବନ ଅସ୍ତବ୍ୟସ୍ତ ହେବା ସହିତ ଗୁଳୁଗୁଳିରେ ଛଟପଟ ହେଉଛି ସହର । ପ୍ରଶାସନ ପକ୍ଷରୁ ବର୍ତ୍ତମାନ ସୁଦ୍ଧା କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇନଥିବା ବେଳେ ସ୍ଥାନୀୟ ଲୋକମାନେ ବିଭିନ୍ନ ସ୍ଥାନରେ ଜଳଛତ୍ର ବ୍ୟବସ୍ଥା କରିବା ପାଇଁ ଅନୁରୋଧ କରିଛନ୍ତି । ଶିଳ୍ପ ନଗରୀ ଝାରସୁଗୁଡ଼ାରେ ତାତି ବଢ଼ିବାର ପ୍ରମୁଖ କାରଣ ପ୍ରଦୂଷଣ ଅଟେ ବୋଲି ଲୋକେ କହିଛନ୍ତି ।

ଇଟିଭି ଭାରତ, ଝାରସୁଗୁଡା

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.