Note Exchange: RBI ଆଗରେ ଲମ୍ବା ଲାଇନ, କଳା ଟଙ୍କାକୁ ଧଳା ପ୍ରସଙ୍ଗରେ ଇଡିର ଛାନଭିନ୍
🎬 Watch Now: Feature Video
Published : Nov 1, 2023, 3:37 PM IST
ଭୁବନେଶ୍ବର: କଳା ଟଙ୍କାକୁ ଧଳା କରିବା ପ୍ରସଙ୍ଗ। ଭୁବନେଶ୍ୱର ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ସାମ୍ନାରେ ଇଡି ଟିମ । ୨ ହଜାର ଟଙ୍କିଆ ନୋଟ୍ ବଦଳ ପ୍ରକ୍ରିୟା ଜାରି ରହିଥିବାବେଳେ RBI ସାମ୍ନାରେ ପହଞ୍ଚି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଟିମ ତନାଘନା କରିଛି । ପୂର୍ବରୁ କ୍ରାଇମବ୍ରାଞ୍ଚ EOW ଟିମ ପହଞ୍ଚି ତନାଘନା କରୁଥିଲା । ଲାଇନରେ ଛିଡା ହୋଇ ଟଙ୍କା ବଦଳାଇବା ପାଇଁ ଶହ ଶହ ଲୋକଙ୍କ ଲାଇନ ଦେଖିବାକୁ ମିଳିଛି । ତେବେ ମଜୁରୀ ନେଇ ଟଙ୍କା ବଦଳାଯାଉଥିବା ଭଳି ସାଙ୍ଘାତିକ ଅଭିଯୋଗ ଆସିଛି ।
ବଡ଼ ବଡ଼ ଲୋକଙ୍କ କଳା ଟଙ୍କା ଆଣି RBIରେ ସାଧାରଣ ଲୋକେ ବଦଳାଉଥିବା କୁହାଯାଇଛି । ଏଠି ଟଙ୍କା ବଦଳାଉଥିବା ଲୋକଙ୍କୁ ପଚରାଉଚରା କରୁଛି ଇଡି । ଯେଉଁମାନେ ଲାଇନରେ ଛିଡା ହୋଇଛନ୍ତି ସେମାନେ ହେଲେ ବସ୍ତି ବାସିନ୍ଦା, ଜରି ଗୋଟାଳି, ଗୁପଚୁପ ବିକାଳି, ଦିନ ମଜୁରିଆ । ତେବେ ଏମାନଙ୍କୁ ମୋହରା କରି ବଡ଼ ବଡ଼ ଲୋକ କଳା ଟଙ୍କାକୁ ଧଳା କରୁଥିବା ନେଇ ଅଭିଯୋଗ ଆସିଛି । ସେପଟେ ଏହାକୁ ନେଇ ଚାଞ୍ଚଲ୍ୟକର ଅଭିଯୋଗ ଆଣିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । ସେ କହିଛନ୍ତି, "ଗରିବଙ୍କୁ ମୋହରା କରି ବଡ଼ ଲୋକ କଳା ଧନ ବଦଳାଉଛନ୍ତି। ବେଆଇନ ଆର୍ଥିକ କାରବାର ହେଉଛି। ଗରିବ ଲୋକଙ୍କୁ ମୋହରା କରି ବଡ଼ ଲୋକ ଟଙ୍କା ବଦଳାଉଛନ୍ତି ।"
ଇଟିଭି ଭାରତ, ଭୁବନେଶ୍ବର