thumbnail

ପାପୁଆ ନ୍ୟୁ-ଗିନିରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ, ପ୍ରବାସୀ ଭାରତୀୟଙ୍କ ମଧ୍ୟରେ ଉତ୍ସାହ

By

Published : May 21, 2023, 10:54 PM IST

ନୂଆଦିଲ୍ଲୀ: ପାପୁଆ ନ୍ୟୁ-ଗିନିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭବ୍ୟ ସ୍ବାଗତ କରାଯାଇଛି । ବିମାନ ବନ୍ଦରରେ ପ୍ରତିପକ୍ଷ ପ୍ରଧାନମନ୍ତ୍ରୀ ଜେମେସ ମାରାପେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ବାଗତ କରିଥିଲେ । ସ୍ଥାନୀୟ କଳାକାର ପାରମ୍ପରିକ ପୋଷାକ ପରିଧାନ କରି ନୃତ୍ୟ ଓ ସଙ୍ଗୀତ ପରିବେଷଣ କରିଥିଲେ । ବେଶ କିଛି ସମୟ ପ୍ରଧାନମନ୍ତ୍ରୀ ବିମାନ ବନ୍ଦରରେ ପ୍ରତିପକ୍ଷ ପ୍ରଧାନମନ୍ତ୍ରୀଙ୍କ ସହ ଏହାକୁ ଉପଭୋଗ କରିଥିଲେ । ପରେ ସେ ପ୍ରବାସୀ ଭାରତୀୟଙ୍କ ସହ ମଧ୍ୟ ମିଶିଥିଲେ । ପ୍ରଧାନମନ୍ତ୍ରୀଙ୍କ ସହ କରମର୍ଦ୍ଦନ ଓ ସେଲ୍ଫି ନେବାକୁ ପ୍ରବାସୀ ଭାରତୀୟଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା । ଜଣେ ପ୍ରବାସୀ ଭାରତୀୟ ପ୍ରଧାନମନ୍ତ୍ରୀଙ୍କୁ ମା’ ହୀରାବେନଙ୍କ ସହ ଏକ ହସ୍ତ ଅଙ୍କିତ ଚିତ୍ର ମଧ୍ୟ ପ୍ରଦାନ କରିଥିଲେ । ଜାପାନରେ ଜି7 ସମ୍ମିଳନୀରେ ଅଂଶଗ୍ରହଣ ପରେ ଆଜି(ରବିବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାପୁଆ ନ୍ୟୁ-ଗିନିରେ ପହଞ୍ଚିଛନ୍ତି । ପରେ ସେ ସେଠାରୁ ଅଷ୍ଟ୍ରେଲିଆ ମଧ୍ୟ ଗସ୍ତ କରିବେ । 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.