thumbnail

ଯାଜପୁର ଦସାଶ୍ୱମେଧ ଘାଟରେ ବୋଇତ ବନ୍ଦାଣ ଉତ୍ସବ

By

Published : Nov 8, 2022, 5:00 PM IST

Updated : Feb 3, 2023, 8:31 PM IST

ଯାଜପୁର : ଯାଜପୁର ବୈତରଣୀ ନଦୀ ଦସାଶ୍ୱମେଧ ଘାଟଠାରେ ଜିଲ୍ଲା ସଂସ୍କୃତି ବିଭାଗ ଏବଂ ଗୀତା ଜାଗରଣ ପରିଷଦ ପକ୍ଷରୁ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଯାଜପୁର ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ କୁମାର ମଲ୍ଲିକ ମୁଖ୍ୟଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏଥିରେ ଯାଜପୁର ପୌରପାଳିକାର ଅଧ୍ୟକ୍ଷା ରଞ୍ଜୁଲତା ହୋତା, ଉପାଧ୍ୟକ୍ଷ ସନ୍ତୋଷ ମଲିକ, ରାଷ୍ଟ୍ରପତି ପୁରଷ୍କାରପ୍ରାପ୍ତ ଶିକ୍ଷକ ଭୂପତି ଭୂଷଣ ମିଶ୍ର ଯୋଗଦେଇ ଅତୀତର ନୌବାଣିଜ୍ୟ ଓ ପରମ୍ପରା ସମ୍ପର୍କରେ ଆଲୋକପାତ କରିଥିଲେ । ଇଟିଭି ଭାରତ, ଯାଜପୁର
Last Updated : Feb 3, 2023, 8:31 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.