thumbnail

By

Published : Feb 13, 2023, 11:36 AM IST

Updated : Feb 14, 2023, 11:34 AM IST

ETV Bharat / Videos

ଗଞ୍ଜାମର ପ୍ରସିଦ୍ଧ ରାମଚଣ୍ଡୀ ପୀଠ, ପର୍ଯ୍ୟଟନସ୍ଥଳୀ ମାନ୍ୟତା ଦାବି

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ରହିଛି ଅନେକ ପର୍ଯ୍ୟଟନସ୍ଥଳୀ । ମନ୍ଦିରରେ ଭରପୁର ଗଞ୍ଜମ ଜିଲ୍ଲା । ସେଥିମଧ୍ୟରୁ ଗଞ୍ଜାମ ଜିଲ୍ଲାର ଛତ୍ରପୁର ଉପକଣ୍ଠ ରୁଷିକୂଲ୍ୟା ନଦୀ ତଟରେ ପର୍ବତ ଶିଖରରେ ରହିଥିବା ପ୍ରସିଦ୍ଧ ରାମଚଣ୍ଡୀ ପୀଠ ଅନ୍ୟତମ । ଏଠାକୁ ବର୍ଷ ସାରା ଭକ୍ତଙ୍କ ସୁଅ ଛୁଟିଥାଏ । ତେବେ ପ୍ରସିଦ୍ଧ ରାମଚଣ୍ଡୀ ପୀଠକୁ ପର୍ଯ୍ୟଟନ ମାନ୍ୟତା ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦାଙ୍କ ସହ ପୂଜକ । 
 

ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଗଞ୍ଜାମ ଜିଲ୍ଲା । ଜିଲ୍ଲାରେ ରହିଛି ଅନେକ ପର୍ଯ୍ୟଟନସ୍ଥଳୀ । ଆଉ ଏଥିପାଇଁ ଜିଲ୍ଲାକୁ ବର୍ଷ ତମାମ ପର୍ଯ୍ୟଟକଙ୍କ ଭିଡ ଲାଗିଥାଏ । ମା' ରାମଚଣ୍ଡୀଙ୍କ କଥା କହିବାକୁ ଗଲେ କୁହାଯାଏ ମା' ରାମଚଣ୍ଡୀ କରୁଣା ଅପାର ବୋଲି ବିଶ୍ବାସ ରହିଛି । ମାଆ ସମସ୍ତଙ୍କ ଇଚ୍ଛା ପୂରଣ କରନ୍ତି ବୋଲି ଲୋକଙ୍କ ବିଶ୍ବାସ ରହିଛି ତେଣୁ ବହୁଳ ମାତ୍ରାରେ ଭକ୍ତଙ୍କ ସୁଅ ଛୁଟିଥାଏ । ଦୀର୍ଘ ବର୍ଷ ହେବ ଗଞ୍ଜାମ ଜିଲ୍ଲାର ଛତ୍ରପୁର ଉପକଣ୍ଠ ରୁଷିକୂଲ୍ୟା ନଦୀ ତଟରେ ପର୍ବତ ଶିଖରରେ ପୂଜା ପାଇ ଆସୁଛନ୍ତି ମାଆ ରାମଚଣ୍ଡୀ । ମାଆଙ୍କ ମୁଖ୍ୟ ପୀଠରେ ମାଆଙ୍କ ବିଗ୍ରହ ତିନି ଭଉଣୀ ରୂପରେ ପୂଜା ପାଇ ଆସୁଥିବା ବେଳେ ଜିଲ୍ଲାର ପ୍ରସିଦ୍ଧ ମାଆ ତାରାତାରିଣୀ ପୀଠ ପରେ ରାମଚଣ୍ଡୀ ପୀଠରେ ଚାଲିଛି ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ।

ଏହା ମଧ୍ୟ ପଢନ୍ତୁ: ନାର୍କୋ ଟେଷ୍ଟ ପରେ ଝାରସୁଗୁଡା ଫେରିଲା ଗୋପାଳ, ଆଜି କୋର୍ଟରେ ହେବ ହାଜର

ମୁଖ୍ୟତଃ ନିଳାଦ୍ରିପୁର ଗ୍ରାମର ପାହଡ ଶିଖରସ୍ଥିତ ମାଆ ରାମଚଣ୍ଡୀ ନୂତନ ବିଗ୍ରହ ପ୍ରତିଷ୍ଠା ପାଇଁ ସପ୍ତ ମହାଯଜ୍ଞ କାର୍ଯ୍ୟକ୍ରମ ଜାରି ରହିଥିବା ବେଳେ ବିଭିନ୍ନ ଅଞ୍ଚଳର ପଣ୍ଡିତ ମାନଙ୍କ ଉପସ୍ଥିତରେ ଚାଲିଛି ମାଆଙ୍କ ପୂର୍ଣ୍ଣାହୃତି ମହାଯଜ୍ଞ । ଦୀର୍ଘଦିନ ପରେ ମାଆଙ୍କର ପୀଠର ବିକାଶ ପାଇଁ ପଦକ୍ଷେପ ନିଆଯାଇଥିବା ବେଳେ ପ୍ରସିଦ୍ଧ ରାମଚଣ୍ଡୀ ପୀଠକୁ ରାଜ୍ୟ ସରକାରଙ୍କ ପକ୍ଷରୁ ପର୍ଯ୍ୟଟନ ମାନ୍ୟତା ପ୍ରଦାନ କରିବାର ଆବଶ୍ୟକତା ରହିଥିବା ନେଇ ଏହାର କର୍ମକର୍ତ୍ତାମାନେ ଦାବି କରିଛନ୍ତି । 

ଏନେଇ ମନ୍ଦିର କର୍ମକର୍ତ୍ତା କହିଛନ୍ତି," ମାଆଙ୍କର ମନ୍ଦିର ପ୍ରତିଷ୍ଠା ହୋଇସାରିଛି । ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ତାରାତାରିଣୀ ମନ୍ଦିର ପରେ ରହିଛି ମାଆ ରାମଚଣ୍ଡୀଙ୍କ ମନ୍ଦିର । ମାଆଙ୍କ ଦର୍ଶନ ପାଇଁ ଅନେକ ଭକ୍ତ ଆସନ୍ତି । ସ୍ଥାନୀୟ ଲୋକଙ୍କ ସହ ଗଞ୍ଜାମବାସୀଙ୍କର ଆସ୍ଥା ଏବଂ ବିଶ୍ବାସ ରହିଛି ମାଙ୍କ ଉପରେ । କିନ୍ତୁ ସରକାରଙ୍କ ଯଦି କୃପାଦୃଷ୍ଟି ପଡିଥାନ୍ତା ତାହାଲେ ମନ୍ଦିରର ଆହୁରି ଉନ୍ନତି ହୋଇପାରନ୍ତା । ସିଦ୍ଧ ରାମଚଣ୍ଡୀ ପୀଠକୁ ରାଜ୍ୟ ସରକାରଙ୍କ ପକ୍ଷରୁ ପର୍ଯ୍ୟଟନ ମାନ୍ୟତା ପ୍ରଦାନ କରନ୍ତୁ ବୋଲି ଆମେ ଅନୁରୋଧ କରୁଛୁ ।"

ଇଟିଭି ଭାରତ, ବ୍ରହ୍ମପୁର

Last Updated : Feb 14, 2023, 11:34 AM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.