thumbnail

By

Published : Apr 2, 2023, 8:07 AM IST

ETV Bharat / Videos

Rahul Gandhi Disqualified: ଭଦ୍ରକରେ ଗଣେଶ୍ଵର ବେହେରାଙ୍କ ସାମ୍ବାଦିକ ସମ୍ମିଳନୀ

ଭଦ୍ରକ: ଦେଶରେ ଗଣତନ୍ତ୍ର ବିପନ୍ନ ହୋଇଛି । ସମ୍ବିଧାନର ଉଲ୍ଲଙ୍ଘନ ହେଉଛି ବ୍ୟକ୍ତି ସ୍ୱାଧୀନତା ଉପରେ କୁଠାରଘାତ କରାଯାଉଛି । ରାହୁଲ ଗାନ୍ଧୀଙ୍କ ସାଂସଦ ସଦସ୍ୟତା ରଦ୍ଦ ପ୍ରସଙ୍ଗରେ ସାରା ରାଜ୍ୟରେ ପ୍ରେସମିଟ କରି ଏହା କହୁଛି ରାଜ୍ୟ କଂଗ୍ରେସ । ଏହି ପରିପ୍ରେକ୍ଷୀରେ ଗତକାଲି ପ୍ରଦେଶ କଂଗ୍ରେସ କମିଟି ମିଡିଆ ସେଲ ଅଧ୍ୟକ୍ଷ ଗଣେଶ୍ଵର ବେହେରା ଭଦ୍ରକ ଜିଲ୍ଲା କଂଗ୍ରେସ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମିଳନୀରେ ଯୋଗ ଦେଇ ଏହା କହିଛନ୍ତି । 

ଜିଲ୍ଲା କଂଗ୍ରେସ ସଭାପତି ସୁବ୍ରତ ଦାସଙ୍କ ସଭାପତ୍ୱରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀ ଗଣେଶ୍ଵର ବେହେରା ଆହୁରି କହିଥିଲେ ଯେ ସଂସଦରେ ସାଂସଦ ମାନଙ୍କୁ ନିଜର ମତ ରଖିବାର ଅଧିକାରରୁ ବଞ୍ଚିତ କରାଯାଉଛି । ସଂସଦରୁ ରାହୁଲ ଗାନ୍ଧୀଙ୍କୁ ଚକ୍ରାନ୍ତ କରି ଅଯୋଗ୍ୟ ଘୋଷଣା କରିବା ପ୍ରଧାନମନ୍ତ୍ରୀ ମୋଦିଙ୍କ ଘୂଣ୍ୟ ମାନସିକତା ପରିଚୟ ଦେଉଛି । ଫେବୃଆରୀ 27 ରୁ ମାର୍ଚ୍ଚ 23 ଏକ ମାସରୁ କମ ସମୟ ମଧ୍ୟରେ ସୁରଟ କୋର୍ଟ ଶୁଣାଣି କରି ରାୟ ଦେବା ଏବଂ ଏପରି ଏକ ମାନହାନି ମକଦ୍ଦମାରେ ସର୍ବାଧିକ ଦୁଇ ବର୍ଷର ଜେଲ ଦଣ୍ଡ ଦେବା ପଛରେ ଏକ ଅଭିସନ୍ଧି ଲୁଚି ରହିଛି । ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଏଥିରେ ଭୟଭୀତ ନ ହୋଇ ସତ୍ୟର ଉନ୍ମୋଚନ ତଥା ଦେଶ ବାସୀଙ୍କ ଗଣତନ୍ତ୍ରର ଅଧିକାରର ସୁରକ୍ଷା ପାଇଁ ନିରବଛିନ୍ନ ସଂଗ୍ରାମ ଜାରି ରଖିବ ବୋଲି ଗଣେଶ୍ବର ବେହେରା ଚେତାଇ ଦେଇଛନ୍ତି ।  

ଇଟିଭି ଭାରତ, ଭଦ୍ରକ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.