Mangal Alati: ପ୍ରଭୁ ପତିତପାବନଙ୍କ ମଙ୍ଗଳ ଆଳତୀ, ଦେଖନ୍ତୁ ଅପୂର୍ବ ଦୃଶ୍ୟ

By ETV Bharat Odisha Team

Published : Oct 31, 2023, 6:53 AM IST

thumbnail

ପୁରୀ: ଓଁ ନମୋ ଭଗବତେ ବାସୁଦେବାୟ । ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବ ତୁମେ । ଭାବବିନଦିଆ କାଳିଆ ସାଆନ୍ତ । ବିଶ୍ବର ମଙ୍ଗଳ କାମନା କରି ଶ୍ରୀମନ୍ଦିରରେ ପତିତପାବନଙ୍କ ନିକଟରେ ମଙ୍ଗଳ ଆଳତୀ କରାଯାଏ । ସବୁଦିନ ପରି ଆଜି ମଧ୍ୟ ପତିତପାବନଙ୍କ ମଙ୍ଗଳ ଆଳତୀ ଆରମ୍ଭ ହୋଇଯାଇଛି । ପ୍ରାତଃ ସେବାୟତଙ୍କ ଦ୍ବାରା ବଡି  ଭୋରରୁ ଶ୍ରୀମନ୍ଦିର ଦ୍ବାର ଫିଟା ଯାଏ । ଧୂପଦୀପ, ଘଣ୍ଟି, ମନ୍ତ୍ରୋପଚାରରେ ସମ୍ପନ୍ନ ହୁଏ ପତିତପାବନଙ୍କ ମଙ୍ଗଳ ଆଳତୀ । ଏହି ସମୟରେ ଓଁ ନମଃ ଭଗବତେ ବାସୁଦେବାୟ, ଜୟ ଜଗନ୍ନାଥ ମନ୍ତ୍ରରେ ଚଉଦିଗ ପ୍ରକମ୍ପିତ ହୋଇଉଠେ । କାଳିଆର ଦୁଇ ନୟନ ଦେଖି ଭକ୍ତ ଭାବ ବିହ୍ବଳ ହୋଇପଡ଼ନ୍ତି । ବିଶ୍ବାସ ରହିଛି, ମଙ୍ଗଳ ଆଳତୀ ଦର୍ଶନ କଲେ ପାପ କ୍ଷୟ ହେବା ସହ ଅପାର କରୁଣା ପୂଣ୍ୟପ୍ରାପ୍ତି ହୋଇଥାଏ ।  ସକାଳୁ ସକାଳୁ ନୀଳାଚଳିଆର ଦର୍ଶନ କଲେ ପୁରା ଦିନ ମଙ୍ଗଳମୟ ହେବ ।  

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.