Kicked for taking Selfie: ହେଲିପ୍ୟାଡରେ ନେଉଥିଲେ ସେଲ୍ଫି, ଖାଇଲେ ଗୋଇଠା ପରେ ଗୋଇଠା

By

Published : Jul 14, 2023, 10:25 PM IST

thumbnail

ଡେରାଡୁନ: ସେଲ୍ଫି ନେବାରୁ ଗୋଇଠା ଖାଇଲେ ଯୁବକ । ଏପରି ଏକ ଦୃଶ୍ୟ ବିଶ୍ବପ୍ରସିଦ୍ଧ କେଦାରନାଥ ଧାମରୁ ସାମ୍ନାକୁ ଆସିଛି ।  ତେବେ ଯୁବକ ଜଣକ ହେଲିପ୍ୟାଡରେ ହେଲିକପ୍ଟର ସହିତ ସେଲ୍ଫି ନେବା ଲାଗି ଆସିଥିଲେ । ଏହାପରେ ହେଲିପ୍ୟାଡରେ ଥିବା ସୁରକ୍ଷାକର୍ମୀ ପ୍ରଥମେ ଯୁବକଙ୍କୁ ଚାପୁଡ଼ା ମାରିବା ସହିତ ପରେ ଗୋଇଠା ମାରିଥିଲେ । ହେଲିକପ୍ଟର ଅବତରଣ ସମୟରେ ହେଲିପ୍ୟାଡରେ ଉପସ୍ଥିତ ଥିବାରୁ ଯୁବକଙ୍କ ପ୍ରତି ବିପଦ ରହିଥିଲା । ଏଥିଲାଗି ସୁରକ୍ଷାକର୍ମୀ ଜଣକ ଯୁବକଙ୍କୁ ଗୋଇଠା ମାରି ସେଠାରୁ ଯିବା ପାଇଁ କହିଥିଲେ । ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କିଛି ୟୁଜର୍ସ ସୁରକ୍ଷାକର୍ମୀଙ୍କୁ ସମର୍ଥନ କରୁଥିବା ବେଳେ ଅନ୍ୟ ୟୁଜର୍ସ ଗୋଇଠା ମାରିବା ଆଚରଣକୁ ନିନ୍ଦା କରିଛନ୍ତି । ସୂଚନା ଥାଉ କି ପୂର୍ବରୁ ହେଲିପ୍ୟାଡରେ ଆସି ଅନେକ ଲୋକଙ୍କ ଜୀବନ ଯାଇଛି । ସୂଚନା ଥାଉ କି କେଦାରନାଥ ଯାତ୍ରା ପ୍ରାରମ୍ଭର 2 ଦିନ ପୂର୍ବରୁ ଉତ୍ତରାଖଣ୍ଡ ବେସାମରିକ ବିମାନ ଚଳାଚଳର ଆର୍ଥିକ ନିୟନ୍ତ୍ରକ ଅମିତ ସୈନିଙ୍କ ମୃତ୍ୟୁ ଘଟିଥିଲା । ସେ ହେଲିକପ୍ଟର ପଙ୍ଖା ତଳେ ଆସିଯିବାରୁ ତାଙ୍କର ମୃତ୍ୟୁ ଘଟିଥିଲା । 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.