ଲୋକସଭା ଭିତରେ ଅଭିଯୁକ୍ତକୁ ଛେଚିଲେ ସାଂସଦ, ସୋସିଆଲ ମିଡିଆରେ ଭାଇରାଲ୍

By ETV Bharat Odisha Team

Published : Dec 13, 2023, 6:38 PM IST

thumbnail

ନୂଆଦିଲ୍ଲୀ: ଆଇନକୁ ହାତକୁ ନେଲେ ଆଇନ ପ୍ରଣେତା ! ସଂସଦ ଭିତରେ ସାଂସଦମାନଙ୍କର ଭିନ୍ନ ଆଚରଣ । ଅଭିଯୁକ୍ତକୁ ବହେ ଛେଚିଲେ ନିର୍ବାଚିତ ପ୍ରତିନିଧି । ଆଜି ଲୋକସଭା ଭିତରେ ଦେଖିବାକୁ ମିଳିଥିଲା ଏଭଳି ଅଭାବନୀୟ ଘଟଣା । ଏ ହେଉଛି ସେହି ସମୟର ଦୃଶ୍ୟ, ଯେତେବେଳେ ଲୋକସଭାରେ ସୁରକ୍ଷା ଉଲ୍ଲଂଘନ କରିଥିବା ଜଣେ ଅଭିଯୁକ୍ତକୁ ଅକ୍ତିଆରକୁ ନେଇଥିଲେ ଉପସ୍ଥିତ ସାଂସଦମାନେ । ଅଭିଯୁକ୍ତ ଯୁବକ ଦର୍ଶକ ଗ୍ୟାଲେରୀରୁ ଡେଇଁ ଗୃହ ଭିତରେ ଭୟର ବାତାବରଣ ସୃଷ୍ଟି କରିଥିବା ବେଳେ, ସାଂସଦମାନେ ତାକୁ ଗୋଡ଼ାଇ ଗୋଡ଼ାଇ ଧରିବା ପରେ ନିସ୍ତୁକ ମାଡ଼ ମାରିଥିଲେ । ଆଉ ଏହି ଦୃଶ୍ୟ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ୨୦୦୧ ସଂସଦ ଆକ୍ରମଣର ଆଜି ୨୨ ବର୍ଷ ପୂର୍ତ୍ତି ହୋଇଥିବା ବେଳେ, ଆଜିର ଦିନରେ ଲୋକସଭା ଭିତରେ ଦୁଇ ଜଣ ଅଭିଯୁକ୍ତଙ୍କ ସୁରକ୍ଷା ଉଲ୍ଲଂଘନ କାଣ୍ଡ,  ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ବାଚୀ ସୃଷ୍ଟି କରିଛି ।  

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ   

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.