ପାକିସ୍ତାନରେ ନିଲାମ ହେବ ସିଂହ - ପାକିସ୍ତାନୀରେ ସିଂହ ନିଲାମୀ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-16064047-thumbnail-3x2-pak.jpg)
ଇସଲାମବାଦ: ପାକିସ୍ତାନରେ ବିକ୍ରି ହେବେ ଜଙ୍ଗଲ ରାଜା । ଯେକୌଣସି ଲୋକେ ଏଠାରୁ ଶସ୍ତାରେ ସିଂହ କିଣିପାରିବେ । ପାକିସ୍ତାନ ଚିଡିଆଖାନା(Zoo) ୧୨ରୁ ଅଧିକ ସିଂହ ନିଲାମ କରିବ । ପ୍ରତି ସିଂହ ପିଛା ୧୫୦,୦୦୦ ପଇସା ମୂଲ୍ୟରେ (ପାକିସ୍ତାନ ମୁଦ୍ରା) ଘରୋଇ ସଂଗ୍ରହକାରୀଙ୍କୁ ବିକ୍ରି କରାଯିବାକୁ ପ୍ରସ୍ତୁତି ଚାଲିଛି । ଅଗଷ୍ଟ ସୁଦ୍ଧା ସିଂହ ନିଲାମୀ କରାଯିବାକୁ ଥିବା ଏକ ମିଡିଆ ରିପୋର୍ଟରୁ ଜଣାପଡିଛି । ଚିଡିଆଖାନା ପ୍ରଶାସନ ପଶୁଙ୍କ ରକ୍ଷଣାବେକ୍ଷଣ ଏବଂ ଅନ୍ୟାନ୍ୟ ଖର୍ଚ୍ଚ ତୁଲାଇବା ପାଇଁ ପଶୁଙ୍କୁ ବିକ୍ରୟ ପାଇଁ ନିଷ୍ପତ୍ତି ନେଇଛି । ଅନ୍ୟପଟେ ପାକିସ୍ତାନର ଏପରି ସିଂହ ନିଲାମୀକୁ ବିରୋଧ କରିଛି WWF(World Wide Fund for Nature) । ସିଂହ ନିଲାମୀ ପଶୁ ବ୍ୟବସାୟକୁ ପ୍ରୋତ୍ସାହନ ଦେବା ସହ ସେମାନଙ୍କ ସଂରକ୍ଷଣ ପାଇଁ ଅନୂକୁଳ ନୁହେଁ ବୋଲି WWF କହିଛି ।
Last Updated : Feb 3, 2023, 8:26 PM IST