ସମ୍ବଲପୁରରେ ଆରମ୍ଭ ହେଲା 'ନିମନ୍ତ୍ରଣ' ରେଷ୍ଟୁରାଣ୍ଟ

🎬 Watch Now: Feature Video

thumbnail

ସମ୍ବଲପୁର: ରାଜ୍ୟ ପର୍ଯ୍ୟଟନ ବିଭାଗ ସମ୍ବଲପୁରଠାରେ ପର୍ଯ୍ୟଟନ କ୍ଷେତ୍ରର ଆଉ ଏକ ଅଧ୍ୟାୟ ଆରମ୍ଭ କରିଛି । ସମ୍ବଲପୁରରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଖୋଲିଲା ରାଜ୍ୟର ତୃତୀୟ ନିମନ୍ତ୍ରଣ ରେଷ୍ଟୁରାଣ୍ଟ । ଗତକାଲି ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ର ଏହି ନିମନ୍ତ୍ରଣ ରେଷ୍ଟୁରାଣ୍ଟର ଶୁଭାରମ୍ଭ କରିଛନ୍ତି । ଏଠାରେ ଭାତ, ଡାଲମା, ପଖାଳ ପରି ଖାଣ୍ଟି ଓଡ଼ିଆ ଖାଦ୍ୟ ସହ କିଛି ସମ୍ବଲପୁରୀ ଖାଦ୍ୟର ତାଲିକା ଉପଲବ୍ଧ ରହିବ । ସୁଲଭ ମୂଲ୍ୟରେ ଏହି ସବୁ ଖାଦ୍ୟ ମିଳିବ l ମୁଖ୍ୟତଃ ପାଖରେ ସମଲେଶ୍ୱରୀ ପୀଠ ଥିବା ବେଳେ ଏଠାକୁ ଆସୁଥିବା ରାଜ୍ୟ ତଥା ରାଜ୍ୟ ବାହାର ପର୍ଯ୍ୟଟକ ଏହି ରେଷ୍ଟୁରାଣ୍ଟରେ ଓଡ଼ିଆ ଖାଦ୍ୟର ମଜା ନେଇ ପାରିବେ ବୋଲି ମନ୍ତ୍ରୀ ଅଶ୍ବିନୀ ପାତ୍ର ସୂଚନା ଦେଇଛନ୍ତି l ତେବେ ପୂର୍ବରୁ 2021 ମସିହାରେ ଭୁବନେଶ୍ୱରରେ ପ୍ରଥମ ଓ 2022ରେ ପୁରୀରେ ଦ୍ୱିତୀୟ ନିମନ୍ତ୍ରଣ ରେଷ୍ଟୋରେଣ୍ଟ ଆରମ୍ଭ ହୋଇଥିଲା l ତେବେ ଆଜି ସମ୍ବଲପୁରରେ ରାଜ୍ୟର ତୃତୀୟ ନିମନ୍ତ୍ରଣ ରେଷ୍ଟୁରାଣ୍ଟ ଆରମ୍ଭ ହୋଇଛି l ସୂଚନା ଯୋଗ୍ୟ ଯେ, ସମ୍ବଲପୁରରେ ଥିବା ରାନୀ ବଖରୀ କିଛି ବର୍ଷ ପୂର୍ବରୁ ଜରାଜୀର୍ଣ୍ଣ ଓ ଭଗ୍ନସ୍ତୁପ ହୋଇ ପଡ଼ିଥିବା ବେଳେ ଏଥିରେ 1 କୋଟି ଟଙ୍କା ଖର୍ଚ୍ଚ ହୋଇ ଏହି ରାନୀ ବଖରୀକୁ ପୁନଃରୁଦ୍ଧାର କରିବା ସହ ଏହାର ଇଣ୍ଟରିୟର ଡିଜାଇନ କରାଯାଇଛି l

ଏହା ମଧ୍ୟ ପଢନ୍ତୁ- ଖୋଲିଲା ନିମନ୍ତ୍ରଣ, ଲୋକପ୍ରିୟ ହେବ ଓଡିଆ ବ୍ୟଞ୍ଜନ

ଇଟିଭି ଭାରତ, ସମ୍ବଲପୁର 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.