ଅସହାୟ ଝିଅକୁ କୋଳାଇଥିଲା ପ୍ରଶାସନ, ସ୍ବଧାର ଗୃହରେ ପଡ଼ିଲା ହାତଗଣ୍ଠି - ସ୍ବଧାର ଗୃହରେ ପଡ଼ିଲା ହାତଗଣ୍ଠି

🎬 Watch Now: Feature Video

thumbnail

By

Published : Jun 24, 2023, 6:10 PM IST

ଯାଜପୁର: ପିଲାଟି ଦିନରୁ ବାପା ମାଆ ଏକା କରି ଛାଡ଼ି ଚାଲିଯାଇଥିଲେ । ସ୍ବଧାର ଗୃହ ପାଲଟିଥିଲା ତାଙ୍କର ଠିକଣା । ସେଠାରେ ନୂଆ ପରିବାର ପାଇଥିଲେ । ଏବେ ତାଙ୍କ ପାଇଁ ସେହି ସ୍ବଧାର ଗୃହ ଆଜି ପାଲଟିଛି ବିବାହ ମଣ୍ଡପ । ହାତରେ ଶଙ୍ଖା, ମଥାରେ ସିନ୍ଦୁର ପିନ୍ଧି ବଧୂ ସାଜିଛନ୍ତି ସେ । ନିଜ ସ୍ବାମୀଙ୍କ ହାତ ଧରି ଶାଶୁଘରଙ୍କୁ ଯାଇଛନ୍ତି । ଯାଜପୁର ଜିଲ୍ଲା ବାହାବଳପୁର ସ୍ଥିତ ଲକ୍ଷ୍ମୀ ନାରାୟଣ ସ୍ୱଧାର ଗୃହ ପ୍ରତିଷ୍ଠାନ ପକ୍ଷରୁ ବୈଦିକ ରୀତିନୀତିରେ ବିବାହ ସମ୍ପର୍ଣ୍ଣ ହୋଇଛି । ମହିଳା ଶିଶୁ ବିକାଶ ବିଭାଗ ଦ୍ୱାରା ପରିଚାଳିତ ଲକ୍ଷ୍ମୀନାରାୟଣ ସେବା ପ୍ରତିଷ୍ଠାନର ଏହି ସ୍ୱଧାର ଗୃହକୁ ୨୦୧୮ ମସିହାରେ ପୂଜାରାଣୀ ଆସିଥିଲେ । ତାଙ୍କୁ ଚଣ୍ଡିଖୋଲରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ଧାର କରାଯାଇ ସ୍ୱଧାର ଗୃହରେ ଥଇଥାନ କରାଯାଇଥିଲା । ପରିବାର ହରାଇଥିବା ପୂଜାଙ୍କୁ ଏଠି ମିଳିଗଲା ପୁରା ପରିବାର । 

ଆଜି ଲକ୍ଷ୍ମୀନାରାୟଣ ସେବା ପ୍ରତିଷ୍ଠାନ ପକ୍ଷରୁ ପୂଜାଙ୍କ ବିବାହ କାର୍ଯ୍ୟ ବୈଦିକ ରୀତିନୀତିରେ ସମ୍ପର୍ଣ୍ଣ କରାଯାଇଛି । ଦଶରଥପୁର ବ୍ଳକ ତଳିହା ପଞ୍ଚାୟତ ସିନ୍ଦୁରାଇମୁହଁ ଅଞ୍ଚଳର ବିଜୟ ଓଝାଙ୍କ ହାତ ଧରି ସାତ ଜନ୍ମର ସାଥି ହୋଇଛନ୍ତି । ପ୍ରତିଷ୍ଠାନ ପକ୍ଷରୁ ବେଶ ଧୁମଧାମରେ ବିବାହ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ବିବାହ ଭୋଜି ଠାରୁ ଆରମ୍ଭ କରି ସଜାସଜି ପର୍ଯ୍ୟନ୍ତ ସବୁକିଛି ଆୟୋଜନ ହୋଇଥିଲା । ବିବାହରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକଙ୍କ ସମେତ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ, ମହିଳା ଶିଶୁ ବିକାଶ ବିଭାଗର କର୍ମକର୍ତ୍ତାମାନେ ସାମିଲ ହୋଇ ନବ ବିବାହିତ ଦମ୍ପତିଙ୍କ ମଙ୍ଗଳ କାମନା କରିଥିଲେ । ଖବର ମିଳିବା ପରେ ରୋଟାରୀ କ୍ଳବ ଯାଜପୁର ପକ୍ଷରୁ ମଧ୍ୟ ବିବାହ କାର୍ଯ୍ୟକ୍ରମ ପାଇଁ ନଗଦ ୧୦ ହଜାର ଅର୍ଥରାଶି ପ୍ରଦାନ କରାଯାଇଛି । ଏଭଳି ନିଆରା ବିବାହ ପାଇଁ ସ୍ୱଧାର ଗୃହ କର୍ମକର୍ତ୍ତାଙ୍କୁ ଚାରିଆଡୁ ପ୍ରଶଂସା ମିଳିଛି l

ଇଟିଭି ଭାରତ, ଯାଜପୁର 

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.