thumbnail

By

Published : Apr 27, 2023, 7:10 PM IST

ETV Bharat / Videos

Operation Kaveri: ସୁଦାନରୁ ସ୍ବଦେଶ ଫେରୁଛନ୍ତି ଭାରତୀୟ, ଦେଖନ୍ତୁ ଭିଡିଓ

ହାଇଦ୍ରାବାଦ: ଜାରି ରହିଛି ‘ଅପରେସନ କାବେରୀ’ । ଗୃହଯୁଦ୍ଧଗ୍ରସ୍ତ ସୁଦାନରୁ ଭାରତୀୟ ସୁରକ୍ଷିତ ସ୍ବଦେଶ ଫେରୁଛନ୍ତି ଜାରି ରହିଛି । ଭାରତୀୟ ନୌସେନା ଜାହାଜ ଓ ବାୟୁସେନା ବିମାନରେ ଭାରତୀୟଙ୍କୁ ଅଣାଯାଉଛି । ସ୍ବଦେଶ ମାଟିରେ ପହଞ୍ଚିବା ପରେ କି’ଏ ସେଠାକାର ହିଂସାର ଦୁର୍ଦ୍ଦଶା ବଖାଣୁଛି ତ, କି’ଏ ଭାରତ ମହାନ ବୋଲି କହୁଛି । ଆଉ କିଏ ସୁରକ୍ଷିତ ସ୍ବଦେଶରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଉଛି । ବିମାନ ବନ୍ଦରରେ ଦେଖିବାକୁ ମିଳୁଛି ଏପରି ଚିତ୍ର । 

ଏବେ ସୁଦ୍ଧା ଏକାଧିକ ପର୍ଯ୍ୟାୟରେ ମୋଟ ପ୍ରାୟ 1 ହାଜରରୁ ଅଧିକ ଭାରତୀୟ ସ୍ବଦେଶରେ ପହଞ୍ଚି ସାରିଥିବା ସୂଚନା ରହିଛି । ସୁଦାନ ଉପକୂଳରେ ଭାରତୀୟ ନୌସେନାର ଦୁଇଟି ଜାହାଜ ମୁତୟନ ରହିଛି । ସାଉଦି ଆରବିଆର ଜିଦାର ବିମାନ ବନ୍ଦରରେ ବାୟୁସେନାର ବିଶାଳ ପରିବହନ ବିମାନ C-130J ମଧ୍ୟ ଉଦ୍ଧାର କାର୍ଯ୍ଯରେ ଲାଗିଛି । ଅପରେସନ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି । କଣ ଥିଲା ସୁଦାନରେ ସ୍ଥିତି, ଶୁଣନ୍ତୁ ସୁରକ୍ଷିତ ଫେରିଥିବା ଭାରତୀୟଙ୍କ ମୁଁହରୁ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.